ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ଭାରତ ମାତା

ଭାରତ ମାତା

ପ୍ରତାପ କିଶୋର ରାଉତ

 (ରାଗ-ଚୋଖୀ)

 

ବନ୍ଦେ ଭାରତ ଜନନୀ 

                         ଯଶ କୀର୍ତ୍ତି କିରୀଟିନୀ

       ଉତ୍ତୁଙ୍ଗ ଭୂଧର ମାଳା ମସ୍ତକେ ରାଜେ

ପୁଣ୍ୟତୋୟା ସ୍ରୋତସ୍ୱିନୀ 

                      କଳ କଳ ପ୍ରବାହିନୀ

    ତ୍ରିବେଣୀ ର ସ୍ୱଚ୍ଛ ଧାର ଅଙ୍ଗେ ବିରାଜେ

        ସବୁଜିମା ରମ୍ୟ ବନାନୀ

    ଅଙ୍ଗ ରେ ତୁ ବହି ଅଛୁ ଚାରୁ ହାସିନୀ ।୧।

 

ପୂର୍ବ ପଶ୍ଚିମ ଦକ୍ଷିଣେ 

                           ସାଗର ର ଗୁଞ୍ଜରଣେ

        ମନ୍ଦ୍ରିତ ହୁଅଇ ସଦା ତୋ ଜୟ ଗୀତି

କେଦାର କାନନ ତୋର 

                          ମଣ୍ଡିତ କେଡେ ସୁନ୍ଦର

        ସ୍ବର୍ଗୀୟ ସୁଷମା ଭରା ତୋର ପ୍ରକୃତି

         ତୋର ପୂଣ୍ୟ ତୀର୍ଥ ଧାମ ରେ

        ରହିଛି ଅକ୍ଷୟ କୀର୍ତ୍ତି ନବ ବିଭା ରେ ।୨।

 

ନୈସର୍ଗିକ ଶୋଭାରାଜି

                        ସଦା ତୋ ଗାତ୍ରେ ବିରାଜି

    ବିମୋହିତ କରେ କୋଟି ହୃଦ କନ୍ଦର

କେତେ କାଳଜୟୀ କୃତି 

                             ଅମର ଲେଖନୀ ସୃଷ୍ଟି

   ରୁଦ୍ଧିମନ୍ତ କରୋଛି ତୋ ବାଣୀ ଭଣ୍ଡାର

           ସର୍ବ ଧର୍ମ ସମନ୍ୱୟ ରେ    

  ବାନ୍ଧିଛୁ କୋଟି ହୃଦୟ ପ୍ରେମଡୋରୀ ରେ ।୩।                     

କେତେ ପୁଣ୍ୟ ତୀର୍ଥାଳୟ

                     ତୋଦେହେ ହୋଇ ଉଦୟ

       ପ୍ରଚାରନ୍ତି ତୋ ମହୀମା ହରଷ ଭରେ

କେତେ ବୀର ସୁର ନରେ 

                    ଜନମିଲେ ତୋ କୋଳରେ

       ମହୀମା ମଣ୍ଡିତ କଲେ ଯଶ ବହି ରେ

        ଚତୁର୍ଧାମ ବିଜେ ତୋ ଦେହେ

କଳା ସ୍ଥାପତ୍ୟ ସୁଷମା ମନ କୁ ମୋହେ ।୪।

 

ତୋ ଧର୍ମ ଦର୍ଶନ ପାଇଁ 

                           ବିଶ୍ୱ ମଥା ନଇଁ ଥାଇ

        ଜଗତ କୁ ଦେଇଅଛୁ ସାମ୍ୟ ବାରତା

କେତେଯେ ମହା ପୁରୁଷ 

                         ଜନମି ହେଲେ ସନ୍ତୋଷ

      ସାମ୍ୟ ମୈତ୍ରୀ ପ୍ରୀତି ପାଇଁ ଜଗତ ଜିତା

       ସେ ମାଟିରେ ଜନମ ହୋଇ

    ନିଜକୁ ଯେ ଭାଗ୍ୟବାନ ମଣିଛି ମୁହିଁ ।୫।

 

ତେନ୍ତୁଳିପଦୀ,

ହାଟଡ଼ିହି,

କେନ୍ଦୁଝର

        

     

Related posts

ଦଣ୍ଡମୁକ୍ତ ଅଂଚଳ ରେ ଛାତ୍ର ଙ୍କୁ ଦଣ୍ଡ ଥାନା ରେ ଏତଲା

Sunil Chandra Nayak

ଗ୍ଳୋବାଲ ଇଣ୍ତିଆ ଆଚିଭମେଣ୍ଟ’ ପୁରସ୍କାର ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଚିକିତ୍ସାବିତ୍ ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମର୍ଦ୍ଧିତ

Sunil Chandra Nayak

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

Sunil Chandra Nayak

Leave a Comment

error: Content is protected !!