ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପlଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ପlଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ରାୟଗଡ:-ତା.୧୭/୧୨- ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ, ଇଂ ସୁଧାକର, ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ମିଶନ, ଡ଼ଃ ଦୟାନିଧି ବାଗ, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ, ବିଷ୍ଣୁ ପ୍ରସାଦ କର,ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଶ୍ରୀ ଦୟାନିଧି ରାଉତ ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ l ଏହି ବୈଠକରେ ମୁଖ୍ୟତଃ ପାଣି ପଂଚାୟତ ମାଧ୍ୟମରେ ପାଣିକୁ ନଷ୍ଟ ନକରି ସଦବିନିଯୋଗ କରିବା ଉପରେ ଜନସଚେତନତା ସୃଷ୍ଟି କରାଯିବ l ଆସନ୍ତା ୨୨/୧୨/୨୦୨୪ରିଖରୁ ଆରମ୍ଭ ହୋଇ ଆସନ୍ତା ୫ଜାନୁୟାରୀ ୨୦୨୫ ଯାଏଁ ଚାଲିବ l ସଚେତନତା କାର୍ଯ୍ୟକ୍ରମଙ୍କୁ ବ୍ୟାପକ କରିବାକୁ ଡିଭିଜନ ସ୍ତରୀୟ, ଜିଲ୍ଲାସ୍ଥରୀୟ ଏବଂ ରାଜ୍ୟ ସ୍ଥରରେ କରାଯିବ l ଆସନ୍ତା ୨୯/୧୨/୨୦୨୪ରିଖରେ ଜିଲ୍ଲlସ୍ଥରରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ବିଦ୍ୟାଳୟ ସ୍ତରରେ ୮ମ ରୁ ୧୦ମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କ୍ଵିଜ ପ୍ରତଯୋଗୀତା ଆୟୋଜନ କରାଯିବ ଏବଂ ଜିଲ୍ଲାସ୍ଥରୀୟ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ l ଏହା ସହିତ ସର୍ବ ଶ୍ରେଷ୍ଠ ଚାଷୀଙ୍କୁ ମଧ୍ୟ ସମ୍ମାନିତ କରାଯିବ l ଆସନ୍ତା ୨୨/୧୨/୨୦୨୪ ରିଖରେ ଏକ ସଚେତନତା ରଥ ଶୁଭାରମ୍ଭ କରାଯିବ ଯାହାକି ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ପ୍ରଚାର କରିବ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କର୍ଲାପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଜନ୍ମାଷ୍ଟମୀ ଉତ୍ସବ ପାଳନ

masiha

ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

Sunil Chandra Nayak

ମା ଗୁଣ୍ଡାନଙ୍କ ଆଜି ଉଦଯାପନା 

masiha

Leave a Comment

error: Content is protected !!