ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ମବୀର,ସ୍ଵାଧୀନତା ସଂଗ୍ରାମୀ ଗୁଣନିଧି ମହାନ୍ତିଙ୍କ ୬୩ ତମ ମହାପ୍ରୟାଣ ଦିବସରେ ସ୍ମୃତି ସଭା

କର୍ମବୀର,ସ୍ଵାଧୀନତା ସଂଗ୍ରାମୀ ଗୁଣନିଧି ମହାନ୍ତିଙ୍କ ୬୩ ତମ ମହାପ୍ରୟାଣ ଦିବସରେ ସ୍ମୃତି ସଭା

କଟକ : କର୍ମବୀର,ସ୍ଵାଧୀନତା ସଂଗ୍ରାମୀ ଗୁଣନିଧି ମହାନ୍ତିଙ୍କ ୬୩ ତମ ମହାପ୍ରୟାଣ ଦିବସରେ ଇଂ.ଗୁନାନିଧି ମହାନ୍ତି ସ୍ମୃତି କମିଟି ୪୨ ମୌଜା ତରଫରୁ ତାଙ୍କ ଜନ୍ମ ସ୍ଥାନ ଦେଉଳି ଠାରେ ଭୀମ ଭୋଇ କମ୍ୟୁନିଟି ସେଣ୍ଟରେ ପାଳିତ ହୋଇଯାଇଛି । କମିଟି ଅବାହକ ନାଟ୍ୟକାର ନାଟ୍ୟକାର ସନ୍ତୋଷ ପତିଙ୍କ ଆବାହନ କ୍ରମେ ଅନୁଷ୍ଟିତ ସଭାରେ ଶରତ ରାୟ ସଭାପତିତ୍ବ କରିଥିବା ସହ ସଭାରେ ଅଞ୍ଚଳର ବହୁ ମାନ୍ୟଗନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଏହି ଅବସରରେ କମିଟିର ଆବାହକ ସନ୍ତୋଷ ପତି ଗୁନତିଥି ମହାନ୍ତିଙ୍କ ତ୍ୟାଗପୂତ ଜୀବନ,ଦେଶସେବା ,ସ୍ୱଦେଶୀ ଆନ୍ଦୋଳନ,ଭୂଦାନ ଆନ୍ଦୋଳନ ଯୋଗଦାନ ସହ ନିଜର ସର୍ବସ୍ବ ଦେଶ ପାଇଁ ଦାନ କରିବା ଉପରେ ଆଲୋକପାତ କରିଥିଲେ । ବିଗତ ଦିନରେ ମାନ୍ୟବର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ମାନ୍ୟବର ସାଂସଦ ମାଧ୍ୟମରେ ଦଳଗତ ନିର୍ବିଶେଷରେ ସମସ୍ତ ସରପଞ୍ଚ,ସମିତି ସଭ୍ୟ ସମ୍ମିଳିତ ଦସ୍ତଖତ ଜରିଆରେ ରାଜ୍ୟ ସଂସ୍କୃତି ବିଭାଗକୁ ଦାବି ଉପସ୍ଥାପନ କରାଯାଇଥିଲା । ଗୁନତିଥି ମହାନ୍ତିଙ୍କ ଗ୍ରାମକୁ ସ୍ଵାଧୀନତା ସଂଗ୍ରାମୀ ଆନ୍ଦୋଳନ ଆଦର୍ଶ ଗ୍ରାମ ଘୋଷଣା ସହିତ ତାଙ୍କ ଜନ୍ମ ସ୍ଥାନରେ ସ୍ମୃତିସ୍ତମ୍ୱ ନିର୍ମାଣ ନିମନ୍ତେ ନିବେଦନ କରାଯାଇଥିଲା  

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଚାରି ପଂଚାୟତବାସୀ ରାସ୍ତା ପାଇଁ ଚିନ୍ତା 

masiha

କଳା, ସଂସ୍କୃତି ଓ ନିଆରା ପରମ୍ପରାର ମହାସଙ୍ଗମ କଳାହାଣ୍ଡି ଉତ୍ସବ ଘୁମୁରା

Sunil Chandra Nayak

Leave a Comment

error: Content is protected !!