ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

 ଗୋଲାମୁଣ୍ଡା -(ମ ନି ସ )    କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଭରର୍ଚୁଆଲ ମୋଡରେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଚପ୍ରିଆ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନରହରି ବାଗ ଉପସ୍ଥିତ ରହିଥିଲେ । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚପ୍ରିଆ ଅଧିକାରୀ ଡାକ୍ତର ସୁବ୍ରତ ମିଶ୍ର,ଡାକ୍ତର ଖୁସିରାମ ସୁନା,ଡାକ୍ତର ସୌରଭ କୁମାର ଠାକୁର, ଡାକ୍ତର ସଂଜୟ କୁମାର ଶିଖା ଉପସ୍ଥିତ ଥିଲେ । ପିଏଚେଇଓ ଅବନା ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସ୍ୱାସ୍ଥ୍ୟ ମେଳାର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ । ବିପିଏମ ସୁବ୍ରତ କୁମାର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ମେଳାରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଜିତ କୁମାର ଦାସ,ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିରେନ୍ଦ୍ର ଧରୁଆ,ଚକ୍ଷୁ ଡାକ୍ତର ମଙ୍ଗୁଳି ସାହୁ,ଆୟୁଷ ଡାକ୍ତର କୃଷ୍ଣ ମୋହନ ପାତ୍ର,ଡାକ୍ତର ବିଜୟ କୁମାର ପଣ୍ଡା,ଡାକ୍ତର ଦୁର୍ତ୍ତ ସୁନା ରୋଗ ପରିକ୍ଷା କରିଥିଲେ । ମେଡିସିନ ବିଭାଗରେ ଡାକ୍ତର ଖୁସିରାମ ସୁନା, ଡାକ୍ତର ସୌରଭ ଠାକୁର,ଡାକ୍ତର ସଂଜୟ କୁମାର ଶିଖା ଦାୟୀତ୍ୱରେ ଥିଲେ । ଏହା ସହ ଅଣ ସଂକ୍ରାମକ ରୋକ ,ସଂକ୍ରାମକ ରୋଗ,ଆଇଇସି/ବିସିସି,ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ,ଓଆରଏସ କର୍ଣ୍ଣର,କୋଭିଡ ପରିକ୍ଷା,କୋଭିଡ ଟିକାକରଣ,ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏହିପରି ବିଭିନ୍ନ ଷ୍ଟଲ ହୋଇଥିଲା । ଏଥିରେ ଲୋକଙ୍କୁ ଚିକିତ୍ସା ସହ ରୋଗ ନିରୁପଣ,ସ୍ୱାସ୍ଥ୍ୟ ପରୀକ୍ଷା,ପରାମର୍ଶ ସେବା ସହ ବିଭିନ୍ନ ରୋଗ ଉପରେ ସ୍ୱାସ୍ଥ୍ୟ ଶିକ୍ଷା ଓ ସଚେତନତା ସୃଷ୍ଟି କରାଯାଇଥିଲ । ୪୩୪ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାସହ ବିଭିନ୍ନ ଷ୍ଟଲ ପରିଦର୍ଶନ ଏବଂ ମେଳା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଡିଏମ ଗୋପବନ୍ଧୁ କର,ବିଏଏମ ସୁଶାନ୍ତ କୁମାର ପାଢୀ,ଏଲଟି ନିର୍ମଳ ଚନ୍ଦ୍ର ପଧାନ,ସୁପରଭାଇଜର ଶ୍ରୀଧର ମୁଣ୍ଡ,ନରେନ୍ଦ୍ର ନାଏକ,ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ସିଏଚଓ ,ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀ ଏଲଏନକେ ଷ୍ଟାଫ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Related posts

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ତମ ଜୟନ୍ତୀ ଉତ୍ସବ ପାଳିତ

Sunil Chandra Nayak

କମିଟି ମାନଙ୍କୁ ନେଇ ପାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଘେନ ପୂଜ୍ୟ ପୂଜା

Sunil Chandra Nayak

Leave a Comment

error: Content is protected !!