ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

କୋକସରା,୨୧/୪- ବରିଷ୍ଠ ସାମ୍ବାଦିକ ସୁଧାରାମ ସରାପ ଙ୍କ ମା ଜେମା ସରାପ ୭୬ ବର୍ଷ ବୟସରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ସ୍ଥିତ ନିଜ ବାସ ଭବନରେ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ସେ ଜଣେ ଧର୍ମ ପରାୟଣ ମହିଳା ଭାବେ ଅଞ୍ଚଳରେ ବେଶ୍ ଜଣା ଶୁଣା ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କ ପୁଅ ବୋହୂ, ନାତି ନାତୁଣୀ, ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ । ଆଜି ସକାଳେ ତାଙ୍କ ଗାଁ ଶ୍ମଶାନ ରେ ଅନ୍ତିମ ସତ୍କାର କରାଯାଇଥିଲା । ଏକମାତ୍ର ପୁଅ ସୁଧାରାମ ମୁଖାଗ୍ନି ଦେଇଥିଲେ । କୋକସରା ବ୍ଲକ ସାମ୍ବାଦିକ ସଂଘ ତରଫରୁ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମ ନି ସ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ଵାହରା ଙ୍କ କବିତା ଜଗନ୍ନାଥ ଜଣାଣ 

Sunil Chandra Nayak

ଓଡ଼ିଶା ଷ୍ଟେଟ ବ୍ରିଗେଡ ବିଦ୍ୟାଳୟ ରେ ଯୋଗ ଦିବସ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!