ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସମାଜ ସେବୀ ଙ୍କ ପରଲୋକ

ବିଶିଷ୍ଟ ସମାଜ ସେବୀ ଙ୍କ ପରଲୋକ

ଭବାନୀପାଟଣା – (ବ୍ୟୁରୋ) କଳାହାଣ୍ଡି ଜିଲ୍ଲା ଜୟପାଟଣା ର ବିଶିଷ୍ଟ ସମାଜ ସେବୀ ତଥା ଜଗନ୍ନାଥ ଷ୍ଟୁଡିଓ ମାଲିକ ପ୍ରଦୀପ କୁମାର ପଟ୍ଟନାୟକ (ବୁଡାଭାଇ)ଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି। ଭୁବନେଶ୍ବର ସ୍ଥିତ କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଥିବା ସମୟରେ ମଲ୍ଟି ଅର୍ଗାନ ଫେଲ୍ୟୁଅର ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଶ୍ରୀ ପଟ୍ଟନାୟକ ଜଣେ ଅମାୟିକ ସରଳ ବ୍ୟକ୍ତିତ୍ୱ ର ଅଧିକାରୀ ହୋଇଥିବା ବେଳେ ଅଞ୍ଚଳରେ ଲୋକଙ୍କ ସାହାଯ୍ଯ କାରୀ ଭାବରେ ସୁ ପରିଚିତ ଥିଲେ। ଛାତ୍ର ଜୀବନରେ ଛତ୍ରପୁର କଲେଜ ର ଛାତ୍ରନେତା ଭାବରେ ମଧ୍ଯ ଖ୍ଯାତି ଅର୍ଜନ କରିଥିଲେ। ବୁଡାଭାଇ ଙ୍କ ଆକସ୍ମିକ ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଶୋକ ପ୍ରକାଶ କରି ଜୟପାଟଣା ସହରର ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ କରିଛନ୍ତି ବଣିକ ସଂଘ। ବରିଷ୍ଠ ନେତା ପ୍ରମୋଦ ପଟ୍ଟନାୟକ,ଓଡିଶା ଅଲିମ୍ପିକ ଏସୋସିଏସନ ସଭାପତି ଜଗମୋହନ ପଟ୍ଟନାୟକ ସୁଧୀର ପାଢୀ, ପୂର୍ବତନ ଅଧ୍ୟାପକ ସୁଶାନ୍ତ ଲେଙ୍କା, ଚିତ୍ରଗୁପ୍ତ କଲ୍ୟାଣ ସମିତି ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ସଭ୍ଯ ସଭ୍ୟା, ସାମ୍ବାଦିକ ଶେଷଦେବ ବେହେରା, ସୁଦର୍ଶନ ମୁଣ୍ଡ, ସାମ୍ବାଦିକ ପ୍ରଶାନ୍ତ କୁମାର ପଣ୍ଡା ସତ୍ୟ ନାରାୟଣ ଅଗ୍ରୱାଲ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ରବିନ୍ଦ୍ର ଖମାରି, ବ୍ରଜ ନାଏକ, ସୁକାନ୍ତ ପଣ୍ଡା, ମାହେଶ୍ୱରୀ ବେହେରା,ପ୍ରଦ୍ୟୁମ୍ନ ପଟ୍ଟନାୟକ, ପ୍ରଜା ରଞ୍ଜନ ପଣ୍ଡା ଅର୍ଜୁନ ପଟ୍ଟନାୟକ, ରୁଦ୍ର ପ୍ରସାଦ ପାଣିଗ୍ରାହୀ,ଅମରେଶ କୁମାର ସିଂ, ସଚିନ୍ଦ୍ର ପ୍ରସାଦ ଦାସ, ସୁଶିଲ ପଟ୍ଟନାୟକ, ଦିଲୀପ କୁମାର ବେହେରା, ସାମନ୍ତ ପାଟ୍ଟଯୋଶୀ,ବାଙ୍କ ବିହାରୀ ଖମାରି,ଲଲିତ ନାଏକ, ସରପଞ୍ଚ କୈଲାସ ସାହୁ, ସମିତି ସଭ୍ଯ ଅନନ୍ତ ପଟ୍ଟନାୟକ, ଙ୍କ ସମେତ କଲାହାଣ୍ଡି ଜିଲ୍ଲାର କୋଣ ଅନୁକୋଣ ରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।

ଅର୍ଜୁନ ପଟ୍ଟନାୟକ , ସହ ସମ୍ପାଦକ , ଙ୍କ ରିପୋର୍ଟ୍

Related posts

ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

masiha

ନର୍ଲା ରେଞ୍ଜର ସ୍ବର୍ଗତ ପ୍ରଶାନ୍ତ କୁମାର ପାଳଙ୍କ ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ ଯାତ୍ରା 

masiha

ପଞ୍ଚାୟତ ସ୍ତରୀୟ ପଞ୍ଚାୟତୀରାଜ ଓ ଲୋକ ସେବା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!