ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋବର୍ଦ୍ଧନପୁର ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଭୋଟିଂ  ୨ ୱାର୍ଡ ସଭ୍ୟଙ୍କ ସମେତ ଅନୁପସ୍ଥିତ ରହିଲେ ସରପଞ୍ଚ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା  

ଗୋବର୍ଦ୍ଧନପୁର ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଭୋଟିଂ 

୨ ୱାର୍ଡ ସଭ୍ୟଙ୍କ ସମେତ ଅନୁପସ୍ଥିତ ରହିଲେ ସରପଞ୍ଚ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା  

ଲାଞ୍ଜିଗଡ଼,୨୪/୧୨(ମନିସ)-କଳାହାଣ୍ଡି ଜିଲ୍ଲା କେସିଙ୍ଗା, ଥୁଆମୂଳ ରାମପୁର ବ୍ଲକ ପରେ ଏବେ ଲାଞ୍ଜିଗଡ ବ୍ଲକର ପାଳି ପଡିଛି। ଏହିକ୍ରମରେ ଆଜି ବ୍ଲକର ଗୋବର୍ଦ୍ଧନପୁର ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଗୁପ୍ତ ମତଦାନ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ବୈଦେହୀ ମାଝୀଙ୍କ ବିରୋଧରେ ପଞ୍ଚାୟତର ଦଶରୁ ଅଧିକ ୱାର୍ଡ ସଭ୍ୟ-ସଭ୍ୟା ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ। ଉପଜିଲ୍ଲାପାଳ ଏହାକୁ ଗ୍ରହଣ କରି ନୋଟିସ ଜାରି କରିବା ସହିତ ଲାଞ୍ଜିଗଡ଼ ତହସିଲଦାରଙ୍କୁ କାଗଜାତ ତନଖି ପାଇଁ ନିର୍ଦ୍ଦେଶ ଦେଇଥିଲେ। କାଗଜାତ ତଦାରଖ ପରେ ଉପଜିଲ୍ଲାପାଳ ଆଜି ତାରିଖକୁ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଧାର୍ଯ୍ୟ କରିଥିଲେ। ଫଳରେ ନିର୍ଦ୍ଧାରିତ ଆଜି ତାରିଖରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ନର୍ଲା ତହସିଲଦାର ବଳଦେବ ବେହେରା ଅନାସ୍ଥା ଭୋଟିଂ ପାଇଁ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି ମତଦାନ କରାଇଥିଲେ। ସେହିପରି ପରିସ୍ଥିତି ଉପରେ ନଜର ରଖିବାକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଲାଞ୍ଜିଗଡ଼ ତହସିଲଦାର ଜ୍ଞାନଜିତ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଞ୍ଜୀବ କୁମାର ଠାକୁର ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମରସିଂ ପୁଝାରୀ ସହଯୋଗ କରିଥିଲେ। ସେହିପରି ପୁଲିସ ଉପଖଣ୍ଡ ଅଧିକାରୀ ଲୋକନାଥ ସାହୁଙ୍କ ନେତୃତ୍ୱରେ ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀ, ଏସଆଇ କୃତ୍ତିବାସ ପୁଝାରୀ, ଏଏସଆଇ ମଳୟ ରଣା, ସିକେରକୁପା ଫାଣ୍ଡି ଅଧିକାରୀ ମୀନକେତନ ଶବର, ହାବିଲଦାର ଏସ. ମହାପାତ୍ର, ପୁଲିସ କର୍ମୀ ଗୋକୁଳ ସାହୁଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଥିଲେ। ଆଜି ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ୱାର୍ଡ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ତେବେ ନିର୍ଦ୍ଧାରିତ ଦିନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆଲୋଚନା ଓ ଗୁପ୍ତ ମତଦାନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ସରପଞ୍ଚ ଶ୍ରୀମତୀ ମାଝୀ ଅନୁପସ୍ଥିତ ରହିଥିଲେ। ସେହିପରି ଉପସ୍ଥିତ ନାଏବ ସରପଞ୍ଚ ଓ ୱାର୍ଡସଭ୍ୟ, ସଭ୍ୟାଙ୍କ ମଧ୍ୟରୁ ୮ଜଣ ୱାର୍ଡ ସଭ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଗୁପ୍ତ ମତଦାନ କରିଥିବା ଜଣେ ବିପକ୍ଷରେ ଓ ଜଣେ ସଭ୍ୟଙ୍କ ଭୋଟ ନାକଚ ହୋଇଥିଲା। ସେହିପରି ସରପଞ୍ଚଙ୍କ ସମେତ ଦୁଇଜଣ ସଭ୍ୟ ଅନୁପସ୍ଥିତ ରହିଥିଲେ। ତେବେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ସର୍ବାଧିକ ଭୋଟ ପଡିଥିବାବେଳେ ସରପଞ୍ଚ ଶ୍ରୀମତୀ ମାଝୀ ନିଜ ପଦବୀ ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କିନ୍ତୁ ଜିଲ୍ଲା ପ୍ରଶାସନ ତରଫରୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୩ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶୋକ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ପରୀକ୍ଷା ପାସ ହାର ୯୮.୯୪ ଶତକଡା, ଦୁଇ ଜଣ ଛାତ୍ରୀ ସର୍ବାଧିକ ନମ୍ବର ରଖି ବି୧ ଗ୍ରେଡରେ ପାସ

Leave a Comment

error: Content is protected !!