ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରାଗୁଡ଼ା ରେ ପାଳିତ ହେଲା ସ୍ଵଛତାର ପର୍ବ ବଉଳାଣି ଯାତ୍ରା 

ସରାଗୁଡ଼ା ରେ ପାଳିତ ହେଲା ସ୍ଵଛତାର ପର୍ବ ବଉଳାଣି ଯାତ୍ରା

ଡାବୁଗାଁ, ୨୪/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୋଇଲାରୀ ଗ୍ରାମ ପଞ୍ଚାୟତ ଅଧୀନ ସରାଗୁଡ଼ା ଗ୍ରାମରେ ମଙ୍ଗଳବାର ସ୍ଵଛତା ର ପର୍ବ ବଉଳାଣି ଯାତ୍ରା ପାଳିତ ହୋଇ ଯାଇଛି । ଗାଁ ପରିବେଶକୁ ନିର୍ମଳ ରଖିବା ଏବଂ ରୋଗମୁକ୍ତ ରଖିବା ପାଇଁ ଏହି ପର୍ବ ଆଦିବାସୀ ଅଞ୍ଚଳରେ ଅନେକ ସ୍ଥାନରେ ପାଳନ କରାଯାଇ ଥାଏ । ଗୋ ପୂଜନ ପର୍ବ ଦିଆଲି ପୂର୍ବରୁ ପାଳନ ହେଉଥିବା ଏହି ପର୍ବ କୁ ବଡ଼ ବଉଳାଣି ବୋଲି କୁହାଯାଏ । ବାଦ୍ୟ ନାଦ ଦ୍ଵାରା ନାଚି ନାଚି ମାଁ ଙ୍କ ପ୍ରତୀକ କୁର୍ଚ୍ଚି, ପାଲିଙ୍କି ସହ ଶିରା ମାନେ ଗ୍ରାମ ପରିକ୍ରମା କରିବା ସମୟରେ ପ୍ରତ୍ୟେକ ଙ୍କ ଘରୁ ଛିଣ୍ଡି ଯାଇଥିବା କୁଲା, ବାଉଁଶିଆ, ପୁରୁଣା ଝାଡୁ ସଂଗ୍ରହ କରି ଥାଆନ୍ତି ଏବଂ ଗ୍ରାମବାସୀ ଗାଁ ମୁଣ୍ଡ ଶେଷ ପ୍ରାନ୍ତରେ ପୂଜା ଅର୍ଚ୍ଚନା କରି ସେହି ସ୍ଥାନରେ ନେଇଥିବା ଛିଣ୍ଡି ଯାଇଥିବା କୁଲା ବାଉଁଶିଆ ଛାଡି ଦେଇ ଥାଆନ୍ତି, ତା ପରେ ଯାତ୍ରା ର ସମାପ୍ତି କରିଥାଆନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମନଧର ପୂଜାରୀ, ଭଗବାନ ପୂଜାରୀ, କରମା ପୂଜାରୀ, କପୁରଚନ୍ଦ ମାଝୀ, ଲାଇବାନ ଭତ୍ରା, ଚୈତନ୍ୟ ଭତ୍ରା, ପଦମସାଇ ଭତ୍ରା, ବୈଦୁ ଭତ୍ରା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ଏବଂ ସେହି ସ୍ଥାନ ରେ ପାରମ୍ପାରିକ ରୀତି ନୀତିରେ ପୂଜାର୍ଚ୍ଚନା ପରେ ଭୋଜିଭାତ କରି ଖାଇସାରି ରାତିରେ ନିଜ ନିଜ ଘରକୁ ଫେରିଥିଲେ । ଆଜି ସେଠାରେ ଗାଁ ପରିବେଶକୁ ନିର୍ମଳ ରଖିବା ପାଇଁ ଗାଁ ର ଅଳିଆ ଆବର୍ଜ୍ଜନା କୁ ବିସର୍ଜନ କରାଯାଇଥିଲା । ସ୍ଵଛତାର ପର୍ବ ବଉଳାଣି ଯାତ୍ରା ସମୟରେ ଗ୍ରାମର ପୂଜାରୀ, ସିରା ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରି ଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂତନ କୁଦରସାହି ଗ୍ରାମ ପଞ୍ଚାୟତ ଗଠନ ଦାବିରେ ୫ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି

ବିଜୁ ବାବୁଙ୍କୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!