ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ରିଷିଗାଁ କ୍ଳଷ୍ଟର ରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମୁହିକ ସମ୍ବର୍ଦ୍ଧନା 

 ଭବାନୀପାଟଣା ରିଷିଗାଁ କ୍ଳଷ୍ଟର ରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମୁହିକ ସମ୍ବର୍ଦ୍ଧନା 

 ଭବାନୀପାଟଣା ସଦର ବ୍ଲକ ଅଧିନସ୍ଥ କନ୍ଧ ବାନ୍ଦୋପଲା ପ୍ରାଥମିକ ବିଦ୍ୟାଳୟ ଠାରେ ରିଷିଗାଁ ସିଆରସିସି ବୈକୁଣ୍ଠ ବେମାଲ ଙ୍କ ନେତୃତ୍ୱରେ ଏକ ସାମୁହିକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରସରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ ମୂଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବରେ ଟିକ୍ରାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ସେନାପତି, ଅନ୍ୟତମ ସମ୍ମାନିତ ଅତିଥି ନରେଙ୍ଗଖୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ପ୍ରଧାନ,ପ୍ରମୁଖ ମଞ୍ଚାସୀନ ଥିଲେ । ନିକଟରେ ଅବସର ନେଇଥିବା ୯ ଜଣ ପ୍ରଧାନ ତଥା ସହକାରୀ ଶିକ୍ଷକ/ ଶିକ୍ଷୟତ୍ରୀ ଯଥା-ଆର୍ତ୍ତବନ୍ଧୁ ଛୋଟରାୟ ,ସହା ହାତୀମ ମହମ୍ମଦ, ଗୌରାଙ୍ଗ ଚରଣ ବେଉରା, ସରସ୍ୱତୀ ନାୟକ, ଅରକ୍ଷିତ ନନ୍ଦ,ଶ୍ରୀଧର ଠାକୁର, ମନୋଜ କୁମାର ପଣ୍ଡା,ଏନାୟତ ଉଲ୍ଲା ଖାଁନ୍ , ଶରତଚନ୍ଦ୍ର ଦାଶ ପ୍ରମୁଖ ଏକ ସାଙ୍ଗରେ ଚାକିରୀରୁ ଅବସର ପାଇଥିବାରୁ ଭବ୍ୟ ସମ୍ବର୍ଦ୍ଧନା ସହ ପ୍ରଶଂସା ପତ୍ର ପ୍ରଦାନ କରା ଯାଇଥିଲା। ସମ୍ବର୍ଦ୍ଧନା ସଭା ପ୍ରାରମ୍ଭରେ ସିଆରସିସି ବୈକୁଣ୍ଠ ବେମାଲ ସ୍ୱାଗତ ସମ୍ଭାଷଣ ଦେଇ ସଭାକୁ ଆଗେଇ ନେଇ ଥିଲେ । ସମସ୍ତ ଅତିଥି ତଥା ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜନିଜ ବକ୍ତବ୍ୟରେ ପ୍ରାଥମିକ ସ୍ତରରେ ଶିକ୍ଷାକୁ ସୁଦୃଢ଼ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗୁରୁଦାୟୀତ୍ଵ ରହିଛି ବୋଲି ନିଜନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଏହା ସହିତ ଅବସର ପରେ ତାଙ୍କର ସାମାଜିକ ସୁରକ୍ଷା ପାଇଁ ଠିକ୍ ସମୟରେ ପେନସନ ପ୍ରଦାନ କରିବା ପାଇଁ ଆଶାବ୍ୟକ୍ତ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭାରେ କୁଳିଆମାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅନିଲ କୁମାର ନାଏକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ରିଷିଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଏବଂ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସକ୍ରୀୟ ସହଯୋଗ କରିଥିଲେ। ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରମ୍ଭାଦେଇ ଧନ୍ୟବାଦ ଅର୍ପଣ କରିଥିଲେ। ଏଭଳି ଏକ ନିଆରା ଢଙ୍ଗରେ ସମ୍ବର୍ଦ୍ଧିତ କରିଥିବାରୁ ରିଷିଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ପ୍ରତି ସମଗ୍ର ଅଞ୍ଚଳବାସୀ ସାଧୁବାଦ ଓ ପ୍ରଶଂସା କରିଛନ୍ତି । 

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ପ୍ରକଳ୍ପ ରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଲି ଓ ଆନ୍ଦୋଳନ ଓହ୍ଲାଇବା ପାଇଁ ଦାବୀପତ୍ର : ମାଗିଲେ ପ୍ରକଳ୍ପ କର୍ତ୍ତୃପକ୍ଷ ସମୟ

masiha

ମାଟିଗାଁ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

masiha

ପୋଖରୀ ରେ ବୁଡି ଦୁଇ ନାବାଳକ ମୃତ

masiha

Leave a Comment

error: Content is protected !!