ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮,୯ ଓ ୧୦ ତାରିଖରେ ଏନଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ

୮,୯ ଓ ୧୦ ତାରିଖରେ ଏନଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ

ଜୁନାଗଡ଼ ୨୭/୧୨(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ଏନଏସି ସଭା ଗୃହ ଠାରେ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆସନ୍ତା ଜାନୁୟାରୀ ୮,୯ ଓ ୧୦ ତାରିଖରେ ୩ ଦିନ ଧରି ଏନଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହା ସଭାରେ ଏନଏସି ଭାରପ୍ରାପ୍ତ ଅଧ୍ୟକ୍ଷ୍ୟା ହିମାଦ୍ରୀ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠିତ ସଭାରେ ଏନଏସି ଇଓ ପ୍ରମୋଦ କୁମାର ଖିଲୋ, ପୂର୍ବ ଇଓ ଈଶ୍ୱର ପୁଝରୀ, କର୍ତ୍ତବ୍ୟ ଅନୁଷ୍ଠାନ ର ମୁଖ୍ୟ ଅଶୋକ ପଟ୍ଟନାୟକ,ସମାଜସେବୀ ଦୁର୍ଗା ନାଏକ, କଳାହାଣ୍ଡି ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ, ଜୁନାଗଡ଼ ସାମ୍ବାଦିକ ସଙ୍ଘର ସଭାପତି ଖଗେଶ୍ବର ଧଙ୍ଗଡାମାଝୀ, ସାଂସ୍କୃତିକ କମିଟିର ସଦସ୍ୟ ବିଘ୍ନରାଜ ବରାଡ଼, ଶିକ୍ଷକ ବିଭାଗର ଯୀଶୁ ରାମ ଗୋପାଳ, ମଳୟ ମୁଣ୍ଡ, କାଳିଆ କନ୍ଦପାନ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଆସନ୍ତି ଜାନୁୟାରୀ ୮,୯ ଓ ୧୦ ତାରିଖରେ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଥିଲା । ପ୍ରତିବର୍ଷ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ବ୍ଲକ ଏକାକୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏନଏସି ନିଜ ଉଦ୍ୟମରେ ୩ ଦିନ ଧରି କଳାହାଣ୍ଡି ଉତ୍ସବ ପାଳନ କରିବା ପାଇଁ ଧାର୍ଯ୍ୟ କରାଯାଇଛି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ;୯୩ ଟି ଅଭିଯୋଗ ପଂଜିକୃତ,୨ ଜଣଙ୍କୁ ସ୍ଵାସ୍ଥ୍ୟଗତ ଆର୍ଥିକ ସହାୟତା 

masiha

ପୃର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଉତ୍ସବ ସୁଶାସନ ଦିବସ ଭlବେ ପାଳିତ 

masiha

ବହୁପୁରାତନ କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!