ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକ୍ତନୀ ସମାବେଶ ୨୦୨୪

ପ୍ରାକ୍ତନୀ ସମାବେଶ ୨୦୨୪

ରାଉରକେଲା : କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ପ୍ରାକ୍ତନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏଥିରି ପ୍ରାୟ ୫୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି | ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ନିଜର ଅଭିଜ୍ଞତା ତଥା ଭାବ ବିନିମୟ କରିଥିଲେ | ଏହି ଅବସରରେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ,କବି ଅପର୍ଣ୍ଣା ମହାନ୍ତି, କବି ଶତ୍ରୁଘ୍ନ ପାଣ୍ଡଵ, କଥାକର ଗିରୀଶ ଚନ୍ଦ୍ର ସାହୁ,ଗୀତିକବି କୃଷ୍ଣଚନ୍ଦ୍ର ମହାପାତ୍ର, ଗଣେଶ ମେକାପ,ପ୍ରଫେସର ଦେବେନ୍ଦ୍ର ବେହେରା,ପ୍ରଫେସର ରଂଜିତ କୁମାର ପରିଡା, ଅଧ୍ୟାପିକା ମନୀଷାକାନ୍ତୀ ଜେନା, ଅଧ୍ୟାପକ ପବିତ୍ର ସାହୁ, ଅଧ୍ୟାପକ ଚନ୍ଦ୍ରକାନ୍ତ ମଲିକ, ଅଧ୍ୟାପକ ଅଧିକାରୀ ନୀଲେଶ କୁମାର ଦାସ, ଅଧ୍ୟାପିକା ପ୍ରଭାସିନୀ ଦାସ, ନିରୁପମା ଦାସ, ରଞ୍ଜନ ଗିରି ସମେତ ଆହୁରି ଅନେକ ପ୍ରାକ୍ତନୀ ଉପସ୍ଥିତ ଥିଲେ | କବି ଅପାର୍ଣ୍ଣ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧ୍ୟାପିକା ମନୀଷାକାନ୍ତି ଜେନା ସ୍ବାଗତ ଭାଷଣ ରଖିଥିବା ବେଳେ, ସମାଜସେବୀ ଗଣେଶ ଚନ୍ଦ୍ର ମେକାପ ବିଭାଗୀୟ ଅଧ୍ୟାପିକା ମନୀଷାକାନ୍ତି ଜେନା ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କିପରି ବିଭାଗର ଉନ୍ନତି ହେବ, ଛାତ୍ରଛାତ୍ରୀ ମାନଙ୍କର ଉନ୍ନତ ଶିକ୍ଷା ମିଳିବ ତାହାର ବିଶେଷ ଆଲୋଚନା ସହ ଆଗାମୀ ବାର୍ଷିକ ଉତ୍ସବ ର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏଆଇ-ସମ୍ପ୍ରସାରିତ ହାତୀ ସୁରକ୍ଷା ପ୍ରଣାଳୀ ଦ୍ବାରା ଟ୍ରେନ୍-ହାତୀ ଦୁର୍ଘଟନା ରୋକିବାର ସଫଳ ରୂପାୟନ

Sunil Chandra Nayak

ମହାମହିମ ରାଷ୍ଟ୍ରପତିଙ୍କ ତୃତୀୟ ଥର ମୟୂରଭଞ୍ଜ ଗସ୍ତରେ ପ୍ରଥମ ଥର ଜନ୍ମ ମାଟିକୁ ଗସ୍ତ ନେଇ ଚଳ ଚଞ୍ଚଳ ଉପରବେଡା ଗାଁ ସମେତ ରାଇରଙ୍ଗପୁର ସହର 

masiha

ବିଲାଟ ଶୈବପୀଠ ପରିସରରେ ନର୍ଲା ପ୍ରେସ କ୍ଲବର ବୈଠକ 

masiha

Leave a Comment

error: Content is protected !!