ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ ଏ ସି ର ମଣ୍ଡି ଦାୟିତ୍ୱ ନେଲେ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠି

ଏନ ଏ ସି ର ମଣ୍ଡି ଦାୟିତ୍ୱ ନେଲେ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠି 

ଆସିକା ୦୩/୦୧/୨୫ // ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମଣ୍ଡି ଦାୟିତ୍ୱ ନେଲେ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ l ମହିଳା ଙ୍କୁ ଆର୍ଥିକ ଉନ୍ନତି ପାଇଁ ଅଗ୍ରାଧିକାର ଦେଇ ଧାନ ମଣ୍ଡି ର ଦାୟିତ୍ୱ ସରକାର ପ୍ରଦାନ କରିଛନ୍ତି l ଚଳିତ ବର୍ଷ ଆସିକା ବ୍ଲକ ଏବଂ ଏନ ଏ ସି ର ଚାଷୀ ଠାରୁ ଧାନକୁ ମଣ୍ଡିକୁ ଯିବା ନିମନ୍ତେ ୧୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଏବଂ ୧୮ ଗୋଟି ସେବା ସମବାୟ ସମିତି (ପେକ୍ସ )ମିଶି ମୋଟ ୩୨ ଗୋଟି ମଣ୍ଡି କେନ୍ଦ୍ର ଖୋଲିବାକୁ ସ୍ଥିର ହୋଇଛି l ସେହି କ୍ରମ ରେ ଆସିକା ଏନ ଏ ସି ର ୱାର୍ଡ ନମ୍ବର ୧୧ ର ହରିହର ନଗର ଠାରେ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ଖୋଲାଯାଇଥିବା ମଣ୍ଡି ଆଜି ଉଦଘାଟନ ହୋଇଛି l 

 ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ,ଅତିରିକ୍ତ ଉପ ଜିଲ୍ଲାପାଳ ବିଶ୍ୱରଂଜନ କଁଅର, ମଣ୍ଡି ର ନୋଡାଲ ଅଧିକାରୀ ଆସିକା ତହସିଲଦାର ସଂଗୀତା ସେନ, ଏନ ଏ ସି ଅଧକ୍ଷl ବିନେତା ସ୍ୱାଇଁ, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ,,ବରିଷ୍ଠ ସମାଜସେଵୀ, ସତ୍ୟ ନାରାୟଣ ସ୍ୱାଇଁ, ଗାୟତ୍ରୀ ମହାନ୍ତି, ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠି ସଭାନେତ୍ରୀ ପୁଷ୍ପାଞ୍ଜଳୀ ପାତ୍ର ଓ ସମ୍ପାଦିକା ମାମି ଜେନା,ଯୋଗାଣ ନିରୀକ୍ଷିକା ଶର୍ମିଷ୍ଠା ଦଳବେହେରା, ଆସିକା ରାଜ୍ଵସ୍ ନିରୀକ୍ଷକ ବିଷ୍ନୁ ପ୍ରିୟା ରାଉତ ପ୍ରମୁଖ ଉପସ୍ଥିତ ଥିଲେ l ଏଥି ସହିତ ପାର୍ବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଦିବସ ପାଳନ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

masiha

ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ନେଇ କଳାହାଣ୍ଡି ରେ ପଦ୍ମଶ୍ରୀ ବାବା ବଳିଆ

masiha

ଭି ଆଇ ପି ଏରିଆ ରୁ ପରିବା ମାର୍କେଟ ସ୍ଥାନାନ୍ତର

Sunil Chandra Nayak

Leave a Comment

error: Content is protected !!