ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମାଁ ଭଣ୍ଡାରୁଣୀ କ୍ରିକେଟ, ଅମଲିପଦର ଚମ୍ପିୟାନ 

ମାଁ ଭଣ୍ଡାରୁଣୀ କ୍ରିକେଟ, ଅମଲିପଦର ଚମ୍ପିୟାନ 

ନବରଙ୍ଗପୁର:(୭|୧ )(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା କ୍ରିକେଟ ଷ୍ଟାଡିୟମ ଠାରେ ଜମାଦାରପଡା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ମାଁ ଭଣ୍ଡାରୁଣୀ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ଆଜିର ଫାଇନାଲ ମ୍ୟାଚ ଛତିଶଗଡ ରାଜ୍ୟ ଅମଲିପଦର ବନାମ କୋଇବା ମଧ୍ୟରେ ଖେଳାଯାଇଥିଲା । ୧୦ ଓଭର ବିଶିଷ୍ଟ ମ୍ୟାଚରେ ପ୍ରଥମେ କୋଇବା ଦଳ ପ୍ରଥମେ ବ୍ୟାଟିଂ କରି ୬୦ ରନ ସଂଗ୍ରହ କରିଥିଲା । ୬୧ ରନର ସହଜ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅମଲିପଦର ଦଳ ମାତ୍ର ଗୋଟିଏ ୱିକେଟ ବିନିମୟ ରେ ଲକ୍ଷ ହାସଲ କରି ଚମ୍ପିୟାନ ହୋଇଥିଲା । ତ୍ରିପତି ଦଳେଇଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝରୀଗାଁ ବିଧାୟକ ନରସିଂହ ଭତ୍ରା, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଗୋବିନ୍ଦ କୁମାର ଜୈନ,ବିଧାୟକଙ୍କ ପ୍ରତିନିଧି ପ୍ରତାପଚନ୍ଦ୍ର ବାଘ , ସରପଞ୍ଚ କୃଷ୍ଣ ଜାନି, ସମିତି ସଭ୍ୟା ହୀରାମଣି ଠେଲା, ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ଭୋଦେବ ବାଘ, ନାଏବ ସରପଞ୍ଚ ଗୋଲାପୀ ଗୋପାଳ , ପ୍ରଭାତ ସୁନା,ମଧୁସୂଦନ ନାଗେଶ, ପ୍ରଫୁଲ୍ଲ ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ। ବିଜୟୀ ଦଳ କୁ ୧୫ ହଜାର ଟଙ୍କା ଓ ଟ୍ରଫି ଏବଂ ଉପବିଜେତା ଦଳ କୁ ୧୦ ହଜାର ଟଙ୍କା ଓ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚ ରେ ଉତ୍ତମ ପ୍ରଦର୍ଶନ କରିଥିବା ଡୁଗୁ ଠାକୁର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ସିରିଜ ର ଶ୍ରେଷ୍ଠ ଖେଳାଳି ଭାବେ ଭାନୁ ଯାଦବ ଙ୍କୁ ପୁରସ୍କୃତ କରାଯାଇଥିଲା।ଆଜିର ମ୍ୟାଚ ରେ ଚେନସିଂ ବାଘ ଏବଂ ଭିକାରୀ ପଟେଲ ଅମ୍ପାୟାର, ତ୍ରିନାଥ ପୋଡ ଓ ଭୀମସେନ ଦାଣ୍ଡିଆ ଧାରାବିବରଣୀ ପ୍ରଦାନ କରିଥିଲେ ।ଅନିଲ ଜଗତ ସ୍କୋରର ଦାୟିତ୍ୱ ତୁଲାଇଥିଲେ। ଜମାଦାରପଡା କ୍ରିକେଟ କ୍ଲବ ର ସଦସ୍ୟ ଭୂପେନ୍ଦ୍ର ଚୌହାନ,ଲଳିତ କୁମାର ହାତୀ, ବିରେନ୍ଦ୍ର ହରିଣା ,ଜିତୁ ପଟେଲ, କଣ୍ଠେଶ୍ୱର୍ ଗୋପାଳ,ରାଜୁ ଜାଲ ,ସଞ୍ଜୟ ଅମାଡ଼ରା,ସୀମା ବାହୁକ,ଖେଳ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମା ଠାକୁରାଣୀ ସ୍ପୋର୍ଟସ କ୍ଲବ ଫୁଟବଲ ଫାଇନାଲ ନାଏକେନଗୁମା ଦଳ ଚାମ୍ପିୟାନ

masiha

ଦିବାରାତ୍ରୀ ରାଜ୍ୟ ସ୍ତରୀୟ ନକଆଉଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଲାଙ୍ଗିର ଚାମ୍ପିୟାନ

Sunil Chandra Nayak

୩୨ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ପାଇଁ ସୁନ୍ଦରଗଡ଼ ଉଷୁ ଦଳର ବେଲପାହାଡ ଯାତ୍ରା

Sunil Chandra Nayak

Leave a Comment

error: Content is protected !!