ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ 

ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ 

ନବରଙ୍ଗପୁର 🙁 ୮/୧)(ରବି ନାରାୟଣମହାନ୍ତି)- ଆଜି ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ପଞ୍ଚାୟତ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସୀତାଂଶୁ ଶେଖର ବେହେରା ଙ୍କ ତତ୍ୱାବଧାନ ରେ ଛାତ୍ର ଛାତ୍ରୀ ମାନେ ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ କରାଇଥିଲେ | ଏହି ସମୟରେ ଛାତ୍ର ଛାତ୍ରୀ ମାନେ ” ସଡ଼କ ସୁରକ୍ଷା ପରିବାର ରକ୍ଷା ” ସ୍ଲୋଗାନ ଦେଇ ଯିବା ଆସିବା ଗାଡି ଚାଳକ ଙ୍କୁ ସଚେତନ କରାଉଥିଲେ | ଯେଉଁ ଚାଳକ ହେଲମେଟ ଏବଂ ସିଟ ବେଲ୍ଟ ପିନ୍ଧିଥିଲେ ସେମାନଂକୁ ଫୁଲ ଦେଇ ଧନ୍ୟବାଦ ଦେଉଥିବା ସହ ଯେଉଁ ଚାଳକ ମାନେ ସିଟ ବେଲ୍ଟ ଏବଂ ହେଲମେଟ ନପିନ୍ଧି ଗାଡି ଚଳାଉଥିଲେ ସେମାନଂକୁ ଚକଲେଟ ଦେଇ ସିଟ ବେଲ୍ଟ ଏବଂ ହେଲମେଟ ପିନ୍ଧିବାକୁ କହିଥିଲେ | ଏହି ସଚେତନ କାର୍ଯ୍ୟକ୍ରମ ରେ ଯାଉଲ ହୁସେନ , ନୌଶିଲ ଇକରାମ, ସ୍ୱୟଂ ପ୍ରଭା ନନ୍ଦ , ସୁଧୀର କୁମାର ଦାସ , ଚନ୍ଦ୍ର ଶେଖର ଉପାଧ୍ୟାୟ, ପ୍ରହଲ୍ଲାଦ ବେହେରା , ସବୀର ହୁସେନ , ଲଷ୍ମୀ ଧର ହରିଜନ ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପାପଡ଼ାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭ ଓ ପାର୍କ ର ଉନ୍ନତିକରଣ ନିମନ୍ତେ ବୈଠକ:ସହିଦ ସ୍ମୃତି ପାର୍କ ପାଇଁ ୫ ଏକର ନୂତନ ଜାଗା ଚିହ୍ନଟ ର ପ୍ରସ୍ତାବ 

masiha

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୨ ଟି ଅଭିଯୋଗର ଶୁଣାଣି 

masiha

ବ୍ରହ୍ମା କୁମାରୀ ଆଶ୍ରମରେ ମାତୃ ଦିବସ ପାଳନ

Leave a Comment

error: Content is protected !!