ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ କଲେଜ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ପଞ୍ଚାୟତ କଲେଜ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ପଞ୍ଚାୟତ କଲେଜ ଧର୍ମଗଡ ଠାରେ ୪୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ପଞ୍ଚାୟତ କଲେଜ ଅଧ୍ୟକ୍ଷ ଏସ ଜଗନ୍ନାଥ ରାଓ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର, ପୂର୍ବତନ କଲେଜ ଅଧ୍ୟକ୍ଷ କଳିଆ ଗୁଞ୍ଜନ ସାହୁ,ଅଧ୍ୟାପକ ଲିଙ୍ଗରାଜ ପାତ୍ର ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ପ୍ରକାଶ କରିବାର ଦିନ ହେଉଛି ସ୍କୁଲ ଓ କଲେଜ ର ବାର୍ଷିକ ଉତ୍ସବ। କାରଣ ଏହି ଉତ୍ସବରେ ହିଁ ସେମାନେ ନାଚ, ଗୀତ, ଉପସ୍ଥାପନା ଏବଂ ବିଭିନ୍ନ ପ୍ରକାରର ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପ୍ରତିଭାକୁ ପରିପ୍ରକାଶ କରିଥାନ୍ତି ବୋଲି ବିଧାୟକ ଶ୍ରୀ ପଟ୍ଟଯୋଶୀ ପ୍ରକାଶ କରିଥିଲେ।ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସାମାଜିକ ସମାନତା ହିଁ ଆମ୍ବେଦକରବାଦ… ଧର୍ମଗଡ ବ୍ଲକ ଚିଲଚିଲା ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

Sunil Chandra Nayak

ଦଳବେଡା ଠାରେ ମା ଠାକୁରାଣୀ ବାର୍ଷିକ ମଣ୍ଡେଇ 

Sunil Chandra Nayak

ସମାଜର ଶେଷ ମଣିଷ ପାଇଁ ଅଧିକାର ଓ ନ୍ୟାୟ ସୁନିଶ୍ଚିତ କରେ ସମ୍ବିଧାନ 

masiha

Leave a Comment

error: Content is protected !!