ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋହନଗିରି ହାଇସ୍କୁଲ ରେ ଜୀବନ ଶିକ୍ଷା ଶିବିର

ମୋହନଗିରି ହାଇସ୍କୁଲ ରେ ଜୀବନ ଶିକ୍ଷା ଶିବିର

ମ.ରାମପୁର,୧୦/୧(ମସୀହା):ମ. ରାମପୁର ବ୍ଲକ ଅନ୍ତର୍ଗତ ମୋହନ ଗିରି ଉଚ୍ଚ ବିଦ୍ୟାଳୟରେ ଏକ ତିନି ଦିନିଆ ଜୀବନ ଶିକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଲ.ଟି.ଆଇ.ମାଇଣ୍ଡ ଟ୍ରି ଫାଉଣ୍ଡେସନ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଅନୁଷ୍ଠିତ ଏହି ଶିବିର କୁ ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧାରୁଆ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମହେଶ କୁମାର ପାଠକ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଏସିସ ଅଭିଯାନ ବାରୋଦ୍ରା, ଗୁଜୁରାଟ ରୁ କୁମାରୀ ରିୟା ସାହା ଯୋଗ ଦେଇ ତାଲିମ୍ ଶିବିର କୁ ପରିଚାଳନା କରିଥିଲେ । 

କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର ଗଠନ , ଜୀବନ ର ଲକ୍ଷ୍ୟ, ମୋ ଜୀବନ – ମୋ ପସନ୍ଦ , ଜୀବନ ର ସଫଳତା ର ସୋପାନ, ଭାଗ୍ୟ ଓ କଠିନ ପରିଶ୍ରମ, ଆତ୍ମ ବିଶ୍ବାସ ର ରହସ୍ୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ କିଭଳି ନିଜ ଜୀବନ ର ଲକ୍ଷ୍ୟ ସ୍ଥିର କରି ତାହାର ହାସଲ ପାଇଁ କଠିନ ପରିଶ୍ରମ କରିବେ ସେଇ ବିଷୟରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା ।

ଶିବିର ରେ ବିଦ୍ୟାଳୟ ର ୪୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ ମହାଶକ୍ତି ର ବରିଷ୍ଠ ପରିଚାଳକ ସୁରେଶ ପଟ୍ଟନାୟକ, ପ୍ରକଳ୍ପ ପରିଚାଳକ ଫିରୋଜ୍ କୁମାର ଥାତି, ବ୍ଲକ ସଂଯୋଜକ ଭାଗ୍ୟଶ୍ରୀ ରାଉତ, ମାନବ ସମ୍ବଳ ଅଧିକାରୀ ପୁଷ୍ପାଞ୍ଜଳି ମହାପାତ୍ର, ବ୍ଲକ ଉପ ସଂଯୋଜକ ସମୀର ପୂଜାରୀ , ସୈରେନ୍ଦ୍ରି ସାହୁ ପ୍ରମୁଖ ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବିଦ୍ୟାଳୟ ପରିଚାଳନା କମିଟି ଗଠିତ 

Sunil Chandra Nayak

ପକ୍କା ରାସ୍ତା ନିର୍ମାଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ

Sunil Chandra Nayak

ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!