ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୋର ଧରିଲା ନୂତନ ବ୍ଲକ ପ୍ରତିଷ୍ଠା ଦାବି

ଜୋର ଧରିଲା ନୂତନ ବ୍ଲକ ପ୍ରତିଷ୍ଠା ଦାବି

ଖଇରା,୧୦/୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତରା ଠାରେ ନୂତନ ବ୍ଲକ ପ୍ରତିଷ୍ଠା ନେଇ ଦାବି ନେଇ ଜୋର ଧରିଲା । ଆଜି ଅନ୍ତରା ଠାରେ ନୂତନ ବ୍ଲକ ପ୍ରତିଷ୍ଠା ନେଇ ଅନ୍ତରା ବଜାର ଲକ୍ଷ୍ମୀପୂଜା ମଣ୍ଡପ ଠାରେ ବରିଷ୍ଠ ସାମ୍ୱାଦିକ ତ୍ରିଲୋଚନ ଉପାଧ୍ୟାୟଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଅଛି । ଏହି ବୈଠକରେ ଅନ୍ତରା, ଗରସଙ୍ଗ, ରପେୟା, ବରଦା, ମାଣିତ୍ରି, ସାରଡାଙ୍ଗ ଓ ବଡ଼ଜୟିପୁର ପଞ୍ଚାୟତର ଜନ ପ୍ରତିନିଧି, ବୁଦ୍ଧିଜୀବୀ, ଯୁବକ ଓ ଶିକ୍ଷାବିତ୍ ମାନେ ଯୋଗଦେଇ ଅନ୍ତରା ଠାରେ ନୂତନ ବ୍ଲକ ପ୍ରତିଷ୍ଠା ହେବା ନେଇ ମତାମତ ପ୍ରଦାନ କରିଥିଲେ । ଅନ୍ତରା ଠାରେ ବିଭିନ୍ନ ସରକାରୀ କାର୍ଯ୍ୟଳୟ ଯଥା ମହାବିଦ୍ୟାଳୟ, ହସ୍ପିଟାଲ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଜଳ ସମ୍ପଦ ବିଭାଗ ଅଫିସ, ପଶୁ ଡାକ୍ତରଖାନା, ମେଡିକାଲ, ଆରଆଇ ଅଫିସ, ଦୁଇଟି ସେବା ସମବାୟ ସମିତି, ଦୁଇଟି ହାଇ ସ୍କୁଲ, ବିଏସଏନଏଲ୍ ଏକ୍ସଚେଞ୍ଜ ସହିତ ବିଭିନ୍ନ ଅଞ୍ଚଳକୁ ଯୋଗଯୋଗ ପାଇଁ ରାସ୍ତା ମଧ୍ଯ ରହିଛି ତେଣୁ ଏଠାରେ ନୂତନ ବ୍ଲକ ପ୍ରତିଷ୍ଠା ପାଇଁ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ନିଜର ଅଭିଭାଷଣରେ ଗୁରୁତ୍ଵାରୋପ କରିଥଲେ । ଏହି ବୈଠକରେ ଅନ୍ତରା ସରପଞ୍ଚ ରଶ୍ମିତା ଯେନା, ସମିତି ସଭ୍ୟା ସବିତା ରାଣୀ ପଣ୍ଡା, ରପେୟା ପଞ୍ଚାୟତର ପୁର୍ବତନ ସରପଞ୍ଚ ତଥା ଅନ୍ତରା ସେବା ସମବାୟ ସମିତିର ସଭାପତି ଅଜୟ ସାମଲ, ଅନ୍ତରା ବିଜେପି ସଭାପତି ଖଗେଶ୍ବର ବାରିକ, ଅନ୍ତରା ପଞ୍ଚାୟତ ବିଜେଡି ସଭାପତି ରଘୁନାଥ ଦାସ, ଅନ୍ତରା ସେବା ସମବାୟ ସମିତି ସମ୍ପାଦକ ବିକାଶ ନାୟକ, ଗରସଙ୍ଗ ପଞ୍ଚାୟତର କୃଷ୍ଣ ଚନ୍ଦ୍ର ଜେନା, ବରଦା ପଞ୍ଚାୟତର କମଳାକାନ୍ତ ଦାସ, ମାଣତ୍ରି ପଞ୍ଚାୟତର ଯୁବନେତା ପ୍ରହଲ୍ଲାଦ ଦାଶ ପ୍ରମୁଖ ଉପସ୍ଥିତ ରହି ନୂତନ ବ୍ଲକ ପ୍ରତିଷ୍ଠା ପାଇଁ ଦାବୀ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରିହର ବିଶ୍ଵାଳ, ନରେଶ କର, ଶ୍ୟାମସୁନ୍ଦର ଯେନା, ରତ୍ନାକର ଶୁକ୍ଲ, କୈଳାସ ଶୁକ୍ଳ, ପ୍ରଫୁଲ୍ଲ କୁମାର ଦାସ, ବିନୋଦ ନାୟକ, କୃଷ୍ନ ଚନ୍ଦ୍ର ଦାଶ, ଲକ୍ଷ୍ମୀଧର ମହାପାତ୍ର, ଭାଗିରଥି ମହାପାତ୍ର, ଲକ୍ଷ୍ମୀଧର ସାମଲ, ଆଇନଜୀବୀ ମାୟାଧର ମହାପାତ୍ର, ସୁଶାନ୍ତ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହି ମତାମତ ରଖିବା ସହିତ ଆଗାମୀ ଦିନରେ ଏହି ସ୍ୱରକୁ ଶାଣିତ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚୟତରୁ ଶତାଧିକ ଜନସାଧାରଣ ଯୋଗଦେବା ସହିତ ଅନ୍ତରା ଠାରେ ନୂତନ ବ୍ଲକ ପ୍ରତିଷ୍ଠା ପାଇଁ ଦାବି ଜଣାଇଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକ

Sunil Chandra Nayak

ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବଚାଷୀ ଓ ଅଞ୍ଚଳବାସୀଙ୍କ ଦାବୀ

Sunil Chandra Nayak

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

masiha

Leave a Comment

error: Content is protected !!