ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ବିଚ୍ଛେଦ

ବିଚ୍ଛେଦ

ବିଚ୍ଛେଦ ମିଳନ ଈଶ୍ବରଙ୍କ ଖେଳ 

       ଏ ଜୀବ ଜୀବନେ ଥାଏ

ଜନମେ ମିଳନ ମରଣେ ବିଚ୍ଛେଦ

         ମନେ କଷ୍ଟ ଭରି ଦିଏ ॥

ତାମଧ୍ୟେ ଅନେକ ଜଞ୍ଜାଳ ବିଚ୍ଛେଦ

           ଧୋକା ଦିଏ ହୃଦୟରେ

ପ୍ରେମିକ ପ୍ରେମିକା ବିଛେଦରେ ମନ

             ଜଳେ ଯନ୍ତ୍ରଣା ନିଆଁରେ ॥

ସାତ ଜନମର ସାଥି ହୋଇ ଦୁଇ

          ଚାଲିଥାନ୍ତି ହାତଧରି

କାଳ କୃରତାରେ ଚାଲି ଗଲେ ଜଣେ

           ବାଧେ ସେ ବିଚ୍ଛେଦ ଭାରି ॥

ପିତାମାତା ଆଗେ ପୁତ୍ର କନ୍ୟା ଯେବେ

             ଯାଆନ୍ତି ଛାଡ଼ି ସଂସାର

ସେହି ବିଚ୍ଛେଦଠୁ ନାହିଁ ବଡ଼ କଷ୍ଟ

           ଜୀବନେ ଆଉ କାହାର ॥

କରମକୁ ଦେଖି ବିଛେଦ ଯନ୍ତ୍ରଣା

              ଦିଅନ୍ତି ପ୍ରଭୁ ଜୀବକୁ

ଦୁଃଖ ଦେଇ ଅନ୍ୟେ ଅପକର୍ମେ ଲିପ୍ତ

               ଭୋଗନ୍ତି ଏହି ଦୁଃଖକୁ ॥

ସାତ୍ତ୍ଵିକ ଭାବନା ଉତ୍ତମ ଚେତନା

             ରଖି ଚାଲିଲେ ସଂସାରେ

ବିଚ୍ଛେଦର ଦୁଃଖ ହରି ଥାନ୍ତି ପ୍ରଭୁ

              ରହି ଭକତ ସାଥିରେ ॥

ସତ୍ୟପଥେ ରହି ସତ୍ୟର ସନ୍ଧାନେ

            ମନ କୁଲଗାଏ ଯିଏ

ଜଞ୍ଜାଳ ବିଚ୍ଛେଦ ଲାଗେ ନାହିଁ ତାକୁ

           ଆନନ୍ଦେ ଦିନତା ଯାଏ ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା

 

Related posts

ଏଥର ଆଗୁଆ ଆସିବ ମୌସୁମୀ, ମେ’ ୧୫ ସୁଦ୍ଧା ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା…ପାଣିପାଗ ବିଭାଗର ସୂଚନା

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ନୂଆଖାଇ ପର୍ବ

Sunil Chandra Nayak

ଲଗାଣ ବର୍ଷା ରେ ରାସ୍ତା ବ୍ରିଜ ଜଳ ମୟ ଯୋଗାଯୋଗ ବିଚ୍ଛିନ୍ନ

Sunil Chandra Nayak

Leave a Comment

error: Content is protected !!