ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ଜିଲ୍ଲାରେ ୮୦ ବର୍ଷ ଓ ତଦୁର୍ଦ୍ଧ ହିତାଧିକାରୀ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

କୋରାପୁଟ ଜିଲ୍ଲାରେ ୮୦ ବର୍ଷ ଓ ତଦୁର୍ଦ୍ଧ ହିତାଧିକାରୀ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

ଅଦ୍ୟ ତା. 15.01.2025 ରିଖ ଦିନ ୮୦ ବର୍ଷ ଓ ତଦୁର୍ଦ୍ଧ ହିତାଧିକାରୀ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ଵ ଭିନ୍ନକ୍ଷମ ହିତାଧିକାରୀଙ୍କ ପ୍ରଥମ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ, ଦକ୍ଷତା ବିକାଶ ତାଲିମ କେନ୍ଦ୍ର, କୋରାପୁଟ ଠାରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳା ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୮୦ ବର୍ଷ ଓ ତଦୁର୍ଦ୍ଧ୍ଵ ହିତାଧିକାରୀ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସହିତ ସେମାନଙ୍କ ଜରିଆରେ ସମାଜର ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ ଯୋଜନାଗୁଡିକ ପ୍ରତି ସଚେତନତା ସୃଷ୍ଟି କରିବା । 

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ- ଭି. କୀର୍ତ୍ତି ଭାସନ, କୋରାପୁଟ ଯୋଗଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ବେଣୁଧର ଶବର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, କୋରାପୁଟ, ଅଧ୍ୟକ୍ଷ, କୋରାପୁଟ ପୌରପାଳିକା, ଶ୍ରୀ ଲଲାଟ ରଞ୍ଜନ ସେଠୀ, ଉପଜିଲ୍ଲାପାଳ, କୋରାପୁଟ ଶ୍ରୀ ପ୍ରେମଲାଲ ହିଆଲ ଯୋଗଦାନ କରିଥିଲେ । ଏହି କର୍ମଶାଳାରେ ୧୧୦ଟି ୮୦ ବର୍ଷ ଓ ତଦୁର୍ଦ୍ଧ୍ଵ ହିତାଧିକାରୀଙ୍କୁ ଏବଂ ୬୬ଟି ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଏତତ୍ ବ୍ୟତୀତ ନିଜର ଦୈନନ୍ଦିନ ଜୀବନକୁ ସମୃଦ୍ଧି କରିବା ନିମନ୍ତେ ୧୪ ଜଣ ଭିନ୍ନକ୍ଷମଙ୍କୁ ବେଟେରୀ ଚାଳିତ ଅଟୋ ରିକ୍ସା ପ୍ରଦାନ କରାଯାଇଥିଲା ।

ଏହି କର୍ମଶାଳାକୁ ଶ୍ରୀ ତରୁଣ ତପନ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ, ଶ୍ରୀମତୀ ଆହାନା ବୈଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, କୋରାପୁଟ ଆୟୋଜନ ଓ ପରିଚାଳନା କରିଥିଲେ ଏବଂ ଉକ୍ତ କାର୍ଯ୍ୟ।ଳୟର ଅନ୍ୟ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୋପାଳପୁର, ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ପନି ପରିବା ଫସଲ ନଷ୍ଟ

Sunil Chandra Nayak

ରୋଟାରୀ କ୍ଳବ୍ ଆୟୋଜିତ କନ୍ଯା ଅନମୋଲ ସେ ରଥକୁ ରାଇରଙ୍ଗପୁରରେ ସ୍ବାଗତ ଏବଂ ଅଙ୍ଗଦାନ ଚୁକ୍ତି କରିଥିବା ୪ ଜଣଙ୍କୁ ସମ୍ବର୍ଦ୍ଧିତ 

masiha

କର୍ଲାପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଜନ୍ମାଷ୍ଟମୀ ଉତ୍ସବ ପାଳନ

masiha

Leave a Comment

error: Content is protected !!