ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ର ତୃତୀୟ ସନ୍ଧ୍ୟା  ଘୁମୁରା, ବଜାଶାଲରେ ଦୁଲୁକିଲା ସହିଦ ରେଣ୍ଡୋ ମାଝୀ ମଞ୍ଚ 

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ର ତୃତୀୟ ସନ୍ଧ୍ୟା 

ଘୁମୁରା, ବଜାଶାଲରେ ଦୁଲୁକିଲା ସହିଦ ରେଣ୍ଡୋ ମାଝୀ ମଞ୍ଚ 

ଭବାନୀପାଟଣା, ୧୬/୦୧-ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତାବହ କଳାହାଣ୍ଡି ସାରା ବିଶ୍ୱରେ ଏକ ନିଆରା ଭୂଖଣ୍ଡ। ହଜାର ହଜାର ବର୍ଷର ସମୃଦ୍ଧଶାଳୀ ଇତିହାସକୁ ନିଜ ବୁକୁରେ ବହନ କରିଥିବା କଳାହାଣ୍ଡି ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଓ ପ୍ରଗତିରେ ବେଶ ଆଗେଇ ପାରିଛି। ଏହାର ଲୋକକଳାର ପରାକାଷ୍ଠା ବିଶ୍ୱ ବିଦିତ ବୋଲି ଆଜି ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ର ତୃତୀୟ ସନ୍ଧ୍ୟାର ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଭବାନୀପାଟଣା ସର୍କଲ ଆରସିସିଏଫ ସନ୍ତୋଷ ଯୋଶୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସିଆରପିଏଫ ୬୪ ବାଟାଲିୟନର କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପ୍ରକାଶ ମିଶ୍ର, ସଦର ଏସଡିପିଓ ଆଜିଙ୍କ୍ୟ ବାବୁରାଓ ମାନେ, ଅତିରିକ୍ତ ଏସପି ଆନନ୍ଦବର୍ଦ୍ଧନ ଗୁରୁ, ମା ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ, ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ର, ବେଦାନ୍ତ ଲିମିଟେଡ଼ର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଣବ ଭଟାଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ସ୍ୱାଗତ ଭାଷଣ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ଶୁଭେନ୍ଦୁ ଶେଖର ମହାପାତ୍ର ପରିଚାଳନା ଓ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଶ୍ରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଯତ୍ନରାଜ ସାହୁ, ଯଶ୍ମିନ ପଧାନ, ଖୁସବୁ ମେହେର, ସୁପ୍ରଭା ନାଏକ, ପୁରବ ବେହେରା, ଭାଗ୍ୟଶ୍ରୀ ପଣ୍ଡା, ଅନୁତ୍ତମ ପାଣିଗ୍ରାହୀ, ଶୁଭସ୍ମିତା ପ୍ରଧାନଙ୍କୁ ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ହାବିଲଦାର ପ୍ରକାଶ ସାଗର, ଛାତ୍ର ରାମଚନ୍ଦ୍ର ମାଝୀ, ପୁନମ ନାଏକ, ତରୁଣ ମାଝୀ, ସୁଦର୍ଶନ ହରିଜନ ପ୍ରମୁଖଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।ଆଶୁତୋଷ ପାତ୍ର, ବିରଞ୍ଚି ନାରାୟଣ ମୁଣ୍ଡ, ମାନସ ପଣ୍ଡା, ଲୋଚନୀ ବାଗ, ନିହାରୀକା ନାୟକ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା କରିଥିଲେ। ସାଂସ୍କୃତିକ ସଭା ପୂର୍ବରୁ ସୁରସଙ୍ଗୀତ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ଧର୍ମଗଡ଼ର ଦିବ୍ୟାଙ୍ଗ କଳାକାରଙ୍କ ସଙ୍ଗୀତ ପରିବେଷଣ, ରାଜସ୍ଥାନର ମାଂନିହାର ଓ କାଲ୍‌ବେଲିଆ, ସକ୍ଷମ ଏକାଡେମୀ ଦ୍ୱାରା ଓଡିଶୀ, ସାକ୍ଷୀଗୋପାଳର ନୀଳାଦ୍ରି ଗୋଟିପୁଅ, ମହାରାଷ୍ଟ୍ରର ଲାବଣୀ ନୃତ୍ୟ, ପୁରୀର ମାଲଖମ୍, ଲଗନ୍ ସାଂସ୍କୃତିକ ଅନୁଷ୍ଠାନର ଢାପ, ହରିୟାଣାର ଫାକ ନୃତ୍ୟ, ଅଗ୍ନି ଭୈରବ ଅନୁଷ୍ଠାନ, ବିକାଶ ଅନୁଷ୍ଠାନ ଓ ସୁହାଗପୁରର ବଜାଶାଲ, ସିଟିଏମଏସର ସମ୍ବଲପୁରୀ ନୃତ୍ୟ, ସମ୍ଭାବନା ସାଂସ୍କୃତିକ ଅନୁଷ୍ଠାନ ଏବଂ ସୋନପୁରର କଳାକାରମାନେ ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଓଲିଉଡ଼ ଗାୟିକା ଅସୀମା ପଣ୍ଡା ଓ ସାଥୀ ବିଳମ୍ବିତ ରାତିଯାଏଁ ଲକ୍ଷାଧିକ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। 

( ମ ନି ସ )

Related posts

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

ଶୃଖଂଳିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗକୁ ନେଇ ସମନ୍ୱୟ ବୈଠକ ଆସନ୍ତା କାଲି ସୁଦ୍ଧା ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ଉପରେ ଗୁରୁତ୍ୱାରୋପ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପୂରାତନ ଛାତ୍ରସଂସଦର ବୈଠକ

masiha

Leave a Comment

error: Content is protected !!