ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ନର୍ଲା -ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, (+2)ନର୍ଲା ଠାରେ ଚାଲିଥିବା ଆଠ ଦିନିଆଁ ତାଲିମ ଶିବିର ବୁଧବାର ଦିନ ଶେଷ ହୋଇଯାଇଛି l ଜଣେ ନାରୀ ପାଇଁ ଆତ୍ମ ସୁରକ୍ଷା ତାଲିମ ଆଜିକାଲି ପରିସ୍ଥିତି ରେ ଶିଖିବା ନିହାତି ଜରୁରୀ ଅଟେ l ଏହା କୌଣସି ଅପ୍ରୀତିକର ପରିସ୍ଥିତିରେ ନିଜ ବା ଅନ୍ୟ ମାନଙ୍କ ପାଇଁ ଅମୋଘ ଅସ୍ତ୍ର ଅଟେ l ବିଭିନ୍ନ ଦିବସତେ ପ୍ରଶିକ୍ଷିକା କୁମୁଦିନୀ ମାଝୀ ଏବଂ ଗୀତାଞ୍ଜଳି ବୈଠାରୁ କଳା ବିଭାଗ ର 115ଜଣ ଏବଂ ବୈଷୟିକ ବିଭାଗ ର 15ଜଣ ଛାତ୍ରୀ ଙ୍କୁ ତାଲିମ ପ୍ରଦାନ କରିଥିଲେ 

ଉଦଯାପନୀ ଦିବସ ରେ କଲେଜ ଅଧ୍ୟକ୍ଷ ଭବାନୀ ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ମିନତୀ ମେହେର, ଅଧ୍ୟାପକ ଚିରଂଜିତ ମାଜି, ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ, ଅଧ୍ୟାପକ ମୃତ୍ୟୁଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ତାଲିମ ଶିବିର କୁ ସୁମନ୍ତ ପୂଜାରୀ ପରିଚାଳନା ଦାୟିତ୍ୱ ରେ ଥିବା ବେଳେ ଦୀପା ପାଢ଼ୀ, ଦୁର୍ୟୋଧନ ବାହୁକ ସହ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l 

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଏକାଧିକ ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ମୋହର

ଉପାନ୍ତ ଅଞ୍ଚଳରେ ମିଳିଲା ପିଡ଼ିଏସ ସାମଗ୍ରୀ, ହିତାଧିକାରୀଙ୍କ ମଧ୍ୟରେ ଖୁସି

Sunil Chandra Nayak

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ  

masiha

Leave a Comment

error: Content is protected !!