ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ପ୍ରତିଶୃତି ସେତ ପାଣିରେ ଗାର 

ପ୍ରତିଶୃତି ସେତ ପାଣିରେ ଗାର 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

ସବୁଠୁ ଶସତା, ଅବା ମାହାଳିଆ 

ଲୋକ ଦେଖଣିଆ କଥା, 

ପ୍ରତିଶୃତି ଆଉ, ପ୍ରତାରଣା ଭେଟି 

ସରଲିଆଙ୍କୁ କାଟେ ଚିତା ll

ବୋଳି ଚୂନକାଳୀ, ମାରୁଥାଏ ତାଳି 

ବଡ଼ ସିଆଣିଆ ସିଏ , 

ସୁଖ ସଉଭାଗ୍ୟ, ପଦ କ୍ଷମତାଟି 

ଉପାର୍ଜନ କରିନିଏ ll

କାନମନ ଏଵେ, ହୋଇଲା ପାକଳ 

ଶୁଣି ଶୁଣି ପ୍ରତିଶୃତି, 

ଆଜିର ବଚନ, କାଲିକି ନଥାଏ 

ସ୍ମୃତିଘର ହୁଏ ଇତି ll

ପ୍ରତିଶୃତି ଦେବା,ହୋଇଲା ଫେସନ  

ସେଇ ପରା ବଡ଼ପଣ, 

ପାଇବାର ଆଶା, ଲାଭ ଲୋଭ ନିଶା 

ଦେଇଦେଇ ଭଲ ଜlଣ ll

ସମୟ ପଡିଲେ, ସଭିଏଁ କୁହନ୍ତି 

କହେ ପ୍ରତିଶୃତି ବାଣୀ, 

ଲୋକ ଦେଖାଣିଆ, ବାହାବା ପଣିଆ 

ଦାଣ୍ଡେ ହlଟେ ବୁଣିବୁଣି ll

ସଭା ସମିତିରେ, ବଚନ ଭାଷାରେ  

ସଜେଇ ସଜେଇ କଥା  

ଝାଡ଼ିକାଢି ହେବେ,

ଦାତା ବୋଲାଇବେ  

ସରାଗ ଲଭିବା ଚିନ୍ତା ll

ସମୟର ନୀରେ, ହଜିଭିଜି ମରେ

ବଦଳେ ଅତୀତ କଥା, 

ପହଳା ଏଣ୍ଡୁଅ, ରଙ୍ଗ ବଦଳାଇ 

ଖୋଜଇ ସୁବିଧା ରାସ୍ତା ll

ଲାଗେନି ମୂଲ୍ୟଟି, ଖଜଣା ଓ ବଟି

କହିବାକୁ ବହୁ କଥା, 

ଓଠରେ ବାଟୁଳି, ତାଲା ଓ ଶିକୁଳି 

ନାହିଁ ଆଶଙ୍କାର ଚିନ୍ତା ll

କିଏକେତେ ପରା, କରଇ ଯାତରା

ଦେଇ ପ୍ରତିଶୃତି ମିଠା, 

ଖାଇଖାଇ ପିତା, ଲାଗିଲା ସେ ଚିଟା 

ଦେହମନ ଅଠା ଅଠା ll

ମନ ତୋଷପାରେ,ସୁବିଧା ପନ୍ଥାରେ 

ଚତୁର ଜନଙ୍କ ଖେଳ 

ସରଳ ନିରୀହ, ହୋଇ ମାୟାମୋହ 

ହୁଅନ୍ତି ସେଥିରେ ଭୋଳ ll

ସୁବିଧାବାଦୀଙ୍କ, ସୁଭିଧା ବେଭାର 

ପ୍ରତିଶୃତି ପ୍ରତାରଣା, 

କଥା ଆଉ କାମ, ଦୂର ବ୍ୟବଧାନ 

ସଭିଙ୍କୁ କରଇ ବଣା ll

ଜୟ କୁମାର ମିଶ୍ର, ଗ୍ରାମ -ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି 
ଓଡିଶା, 761206

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିଙ୍କରିଁ ଦିବସ -୨୦୨୨ ପାଳିତ  

Sunil Chandra Nayak

ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ରେ ନବରଙ୍ଗପୁର ପ୍ରତିଯୋଗୀ ଙ୍କୁ ମିଳିଲା ସ୍ଵର୍ଣ୍ଣ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଈ —

Leave a Comment

error: Content is protected !!