ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ

ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ

ଆସିକା, ୨୧/୧/୨୫ // ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତିନୋଟି ସ୍ତରରେ ଚାଲିଥିବା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିର ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମୁଣ୍ତମରାଇ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜଗମୋହନ ସ୍ବାସ୍ଥ୍ୟ କେନ୍ଦ୍ର ରେ ଛଅ ଦିନ ଧରି ଚାଲିଥିଲା । ତିନୋଟି ସ୍ଥାନରେ ଡ ଯୁଧିଷ୍ଟିର ପ୍ରଧାନ, ଡ ସଂଘମିତ୍ରା ଜେନା, ବି ପି ଏମ ଗୋଲକ ନାରାୟଣ ଗାରିଆଗା ଡୁ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ବିନାୟକ ସାହୁ,ବହୁମୁଖି ପୁରୁଷ ସ୍ବାସ୍ଥ୍ୟ କର୍ମୀ ଧର୍ମେନ୍ଦ୍ର ସାହୁ, ବହୁମୁଖି ମହିଳା ସ୍ୱାସ୍ଥ୍ୟ କର୍ମୀ ବିଷ୍ଣୁ ପ୍ରିୟା ରେଡ୍ଡୀ,ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅଞ୍ଜନା ଖଣ୍ଡୁଆଳ ପ୍ରମୁଖ 104 ଜଣ ଆଶା କର୍ମୀ ଙ୍କୁ ମାତୃ ସ୍ବାସ୍ଥ୍ୟ,ଶିଶୁ ସ୍ବାସ୍ଥ୍ୟ, ଅଣ ସଂକ୍ରାମକ ରୋଗ,ଯକ୍ଷ୍ମା,ମ୍ୟାଲେରିଆ,ଡେଙ୍ଗୁ, ଡାଇରିଆ,କୁଷ୍ଠ ନିରାକରଣ ସହ ମିଲେଟ ଖାଦ୍ୟର ଉପଯୋଗୀତା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ବାମ ସଞ୍ଜୟ କୁମାର ମହାରଣା ଶିବିର ଗୁଡ଼ିକୁ ପରିଚାଳନା କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ବେହେରା ଠାରେ ବନ ମହୋତ୍ସବ ପାଳିତ

masiha

ଜିଲ୍ଲା ସ୍ତରୀୟ ପଲ୍ସ ପୋଲିଓ ଦିବସ-୨୦୨୫ ପାଳିତ

Sunil Chandra Nayak

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ 

masiha

Leave a Comment

error: Content is protected !!