ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ

ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ

ଆସିକା, ୨୧/୧/୨୫ // ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତିନୋଟି ସ୍ତରରେ ଚାଲିଥିବା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିର ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମୁଣ୍ତମରାଇ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜଗମୋହନ ସ୍ବାସ୍ଥ୍ୟ କେନ୍ଦ୍ର ରେ ଛଅ ଦିନ ଧରି ଚାଲିଥିଲା । ତିନୋଟି ସ୍ଥାନରେ ଡ ଯୁଧିଷ୍ଟିର ପ୍ରଧାନ, ଡ ସଂଘମିତ୍ରା ଜେନା, ବି ପି ଏମ ଗୋଲକ ନାରାୟଣ ଗାରିଆଗା ଡୁ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ବିନାୟକ ସାହୁ,ବହୁମୁଖି ପୁରୁଷ ସ୍ବାସ୍ଥ୍ୟ କର୍ମୀ ଧର୍ମେନ୍ଦ୍ର ସାହୁ, ବହୁମୁଖି ମହିଳା ସ୍ୱାସ୍ଥ୍ୟ କର୍ମୀ ବିଷ୍ଣୁ ପ୍ରିୟା ରେଡ୍ଡୀ,ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅଞ୍ଜନା ଖଣ୍ଡୁଆଳ ପ୍ରମୁଖ 104 ଜଣ ଆଶା କର୍ମୀ ଙ୍କୁ ମାତୃ ସ୍ବାସ୍ଥ୍ୟ,ଶିଶୁ ସ୍ବାସ୍ଥ୍ୟ, ଅଣ ସଂକ୍ରାମକ ରୋଗ,ଯକ୍ଷ୍ମା,ମ୍ୟାଲେରିଆ,ଡେଙ୍ଗୁ, ଡାଇରିଆ,କୁଷ୍ଠ ନିରାକରଣ ସହ ମିଲେଟ ଖାଦ୍ୟର ଉପଯୋଗୀତା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ବାମ ସଞ୍ଜୟ କୁମାର ମହାରଣା ଶିବିର ଗୁଡ଼ିକୁ ପରିଚାଳନା କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଦଶହରା ଉପଲକ୍ଷେ ପ୍ରସ୍ତୁତି ବୈଠକ , ବାରହାତ ଖଡ୍ଗ ଶୋଭାଯାତ୍ରା ଆସନ୍ତା ୨୪ରେ

masiha

ମୟରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ହାଟବାଦଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀନିବାସ ପାଣିଘେରରେ ୧୦୦-ଜଣ ଆଦିବାସୀ ବାଳିକା ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ ଆଣ୍ଠୁଏ ପାଣିରେ ପଶି ଛାତ୍ରୀଙ୍କ ଅବସ୍ଥା ବୁଝିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି

Sunil Chandra Nayak

ଆମ ପୁଲିସର ବୈଠକ

Leave a Comment

error: Content is protected !!