ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମନ୍ଵିତ ମତ୍ସ୍ୟଚାଷ ତାଲିମ ଶିବିର 

ସମନ୍ଵିତ ମତ୍ସ୍ୟଚାଷ ତାଲିମ ଶିବିର 

ଡାବୁଗାଁ, ୨୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ସଦରମହକୁମାସ୍ଥିତ ଜିଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟ|ଳୟ ସଭାଗୃହରେ କୋରାପୁଟ ସମବାୟ କେନ୍ଦ୍ର ପକ୍ଷରୁ ପ୍ରାଥମିକ ମତ୍ସ୍ୟଜୀବୀ ସମବାଯ ପରିଷଦର ସଦସ୍ୟ ଓ କର୍ମକର୍ତ୍ତାଙ୍କ ନିମନ୍ତେ ସମନ୍ଵିତ ମତ୍ସ୍ୟଚାଷ ସମ୍ବନ୍ଧରେ ଏକ ଦିବସୀୟ ତାଲିମ ଶିବିର କୋରାପୁଟ ସମବାୟ କେନ୍ଦ୍ର ଅଧ୍ୟକ୍ଷ ସଞ୍ଜୟ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଶାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମନ୍ଵିତ ମତ୍ସ୍ୟଚାଷ ର ଉପକାରିତା ବିଷୟରେ ଆଲୋଚନା କରିବା ସହ, ମତ୍ସ୍ୟଜୀବୀ ସମବାୟ ସମିତିର ପରିଚାଳନା, ମତ୍ସ୍ୟଜୀବୀ ମାନଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ | କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ନବରଙ୍ଗପୁର ଶାଖା ପରିଚାଳକ ଦେବ ପ୍ରସାଦ ଦାଶ ଯୋଗ ଦେଇ ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିବା ବିଭିନ୍ନ ଋଣ ବିଷୟରେ ଆଲୋକପାତ କରିଥିଲେ | ଏହି ତାଲିମ ଶିବିରରେ କୋରାପୁଟ ସମବାୟ ପରିଚାଳନା କେନ୍ଦ୍ର ଅଧ୍ୟାପିକା ମମତା ସାହୁ, ସହକାରୀ ମତ୍ସ୍ୟ ଅଧିକାରୀ ଇତିଶ୍ରୀ ସାହୁ, ସଞ୍ଜନା ସାମଲ, ଶୁଭେନ୍ଦ୍ର କୁମାର ଦାଶ, ବିଶ୍ଵଜିତ ସରକାର ଓ ବିଜୟ କୁମାର ମାଝି ଏବଂ ନବରଙ୍ଗପୁର ଜିଲାର ୬ ଟି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ର ପରିଚାଳନା ସଦସ୍ୟ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚାନସାରୀ ନେତାଜୀ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିତ 

masiha

ରାତାରାତି ଜମି ମାଲିକଙ୍କ ଅଜାଣତରେ ଚୋରୀ ହୋଇଛି ଜମି

Sunil Chandra Nayak

ଜ୍ଞାନ ଆହରଣ ପାଇଁ ଛାତ୍ର ଛାତ୍ରୀମାନଙ୍କ ଶିଳ୍ପ ସଂସ୍ଥା ପରିଦର୍ଶନ

masiha

Leave a Comment

error: Content is protected !!