ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ଭାଷା ବିକାଶ ମଞ୍ଚର ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ସିଭିକ୍ ସେଣ୍ଟର ପ୍ରାଙ୍ଗଣରେ ମହାତ୍ମାଗାନ୍ଧୀଙ୍କ ତୀରୋଧାନ ଦିବସରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ସ୍ମୃତି ତର୍ପଣ ସଭା ଅନୁଷ୍ଠିତ ହେଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରେଣ୍ୟ ପୂଜାସ୍ପଦ ଅତିଥି ଭାବେ ହମିରପୁର ଉନ୍ନୟନ ପରିଷଦର ସଭାପତି ପ୍ରାକ୍ତନ ପୁଲିସ ଅଧିକାରୀ ଡ଼ଃ ସୁମନ ଦତ୍ତ , କଲଚରାଲ ଏକାଡେମୀର ସଭାପତି ପଶୁପତିନାଥ ଚାଟାର୍ଜୀ, ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶ ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଗାନ୍ଧିଜୀଙ୍କର ସଂଗ୍ରାମର ଧାରା , ଭାରତୀୟ ସମାଜର ଚେତନାକୁ ଜାଗ୍ରତ କରିବା ପାଇଁ ତାଙ୍କର ସଂସ୍କାର ପ୍ରୟାସ, ରାଜନୈତିକ ମୁକ୍ତି ପାଇଁ ତାଙ୍କର ଯୋଜନାବଦ୍ଧ ଅହିଂସା ଅସହଯୋଗ ଆନ୍ଦୋଳନ, ବିଶ୍ବ ମାନବିକତାର ମୁକ୍ତି ପାଇଁ ତାଙ୍କର କର୍ମଯୋଜନାକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ।

ଆବାହକ ଶ୍ରୀ ମହାପାତ୍ର ପ୍ରାରମ୍ଭିକ ସ୍ବାଗତ ଅଭିଭାଷଣରେ ଚିର ଦାରିଦ୍ର୍ୟ ଗ୍ରସ୍ତ , ଧର୍ମାନ୍ଧ, କୁସଂସ୍କାର ଗ୍ରସ୍ତ ଅନ୍ଧବିଶ୍ୱାସୀ ଭାରତୀୟଙ୍କ ମାନସିକ ଚେତନାକୁ ସର୍ବପ୍ରଥମେ ବଦଳାଇ , ତା’ପରେ ସେହି ମାନଙ୍କୁ ନେଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ସଭାପତି ଶ୍ରୀ ପତି ତାଙ୍କର ସଭାପତୀୟ ଅଭିଭାଷଣରେ ଏକ ବିଭେଦ ଗ୍ରସ୍ତ,ସହିଷ୍ଣୁ ନିର୍ବେଦ ଏବଂ ନିଶ୍ଚେଷ୍ଟ ଜାତିକୁ ମହାତ୍ମାଗାନ୍ଧୀ ଅଭିନବ ଉପାୟ ଏବଂ ବିଶ୍ବକୁ ଚକିତ କଲାଭଳି ଶୃଙ୍ଖଳିତ କାର୍ଯ୍ୟପନ୍ଥା ଗ୍ରହଣ କରି କିପରି ସମଗ୍ର ଭାରତୀୟ ସମାଜକୁ ଭାରତୀୟ ମୁକ୍ତି ଯୁଦ୍ଧର ନିରସ୍ତ୍ର ସୈନିକ କରିଥିଲେ ,ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ସ୍ମୃତି ତର୍ପଣ ଓ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ସମେତ ସର୍ବଶ୍ରୀ କାଶୀନାଥ ନନ୍ଦୀ, ଚନ୍ଦ୍ରଶେଖର ପାଇକରାୟ, ଦେବେନ୍ଦ୍ର ମହାରଣା, ସୁଶାନ୍ତ କୁମାର ନାୟକ,ପ୍ରଫୁଲ୍ଲ ସାମଲ, ପ୍ରବୀର କୁମାର ଦୁବେ, ରଞ୍ଜନ ସାମଲ ଏବଂ ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦର ପ୍ରତିଷ୍ଠାତା ଅଧ୍ୟକ୍ଷ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ , ଶୌଚାଳୟ ଥାଇ କାମକୁ ଆସୁନି ! ସାଧାରଣ ଜନତା ହନ୍ତସନ୍ତ   

masiha

ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନ କୁ ନେଇ  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , କଳାହାଣ୍ଡି ପକ୍ଷରୁ ଆଲୋଚନା ପର୍ବ ଓ କବିତା ଆସର

masiha

ଅତିରିକ୍ତ ଶାସନ ସଚିବ ଓ କୃଷି କମିସନରଙ୍କ ସାନଚେରଗାଁ କୃଷି ବଗିଚା ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!