ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ତଥା କଳାହାଣ୍ଡି ଉତ୍ସବ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଲା ମଶାଲ କମିଟି 

ଜିଲ୍ଲାପାଳ ତଥା କଳାହାଣ୍ଡି ଉତ୍ସବ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଲା ମଶାଲ କମିଟି 

ଭବାନୀପାଟଣା, -୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଇତିମଧ୍ୟରେ ଶେଷ ହୋଇଯାଇଛି। ଉତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବା ଓ ସଫଳତାର ସହିତ ଆୟୋଜନ କରିବାକୁ ନେଇ ଆଜି ଜିଲ୍ଲାପାଳ ତଥା କଳାହାଣ୍ଡି ଉତ୍ସବର ଅଧ୍ୟକ୍ଷ ପାୱାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ବୈତୁରା ଦୀପ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଭବାନୀପାଟଣା ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ସମସ୍ତ ଜନ ପ୍ରତିନିଧିଙ୍କ ସମେତ ସମସ୍ତ କମିଟି ଓ ସବ କମିଟିର ଅଧ୍ୟକ୍ଷ, ସହ ଅଧ୍ୟକ୍ଷ, ଆବାହକ, ନୋଡାଲ ଅଧିକାରୀ ଓ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛି କଳାହାଣ୍ଡି ଉତ୍ସବ ମଶାଲ ସବ କମିଟି। କଳାହାଣ୍ଡି ଜିଲ୍ଲାର ଏଗାର ଗୋଟି ପବିତ୍ର ପୀଠ ସମେତ ମାଣିକେଶ୍ୱରୀ ପୀଠରୁ ମଶାଲ ଅଣାଯିବା ସହିତ ଉତ୍ସବ ସ୍ଥଳରେ ସ୍ଥାପନ ଦିଗରେ ମଶାଲ ସବ କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନେହରୁ ଯୁବକେନ୍ଦ୍ର ଓ ସାଂସ୍କୃତିକ ସବ କମିଟି ଏବଂ ମଶାଲ ସବ କମିଟି ତରଫରୁ ଚଳିତ ବର୍ଷ ମଶାଲ ଶୋଭାଯାତ୍ରା ସଫଳତାର ସହିତ ଦାୟିତ୍ୱ ତୁଲାଇଥିବାବେଳେ ଆଜି ସବକମିଟିର ସମସ୍ତ ସଦସ୍ୟ, ସଦସ୍ୟାମାନଙ୍କୁ ନେଇ ଏକ ଧନ୍ୟବାଦ ଅର୍ପଣ ପର୍ବ ସ୍ଥାନୀୟ ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମଶାଲ ସବ କମିଟିର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିର ନୋଡାଲ ଅଧିକାରୀ ତଥା ଜିଲ୍ଲା ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସବ କମିଟିର ଆବାହକ ଯଯାତି କେଶରୀ ନାୟକ, ସହ ଆବାହକ ପ୍ରଦୀପ କୁମାର ଦାସ, ସଦସ୍ୟ ସୁଶୀଲ କୁମାର ବାଗ, କୃଷ୍ଣଚନ୍ଦ୍ର ପ୍ରଧାନ, ସଂଯୁକ୍ତା ବେହେରା, ପ୍ରମିଳା ଆରୁଖ, ପ୍ରତିଭା ଚୌହାନ, ଉପାସନା ତ୍ରିପାଠୀ, ପିତବାସ ବେହେରା, କ୍ଷୀରସିନ୍ଧୁ ନାଏକ, ବୃନ୍ଦାବନ ତ୍ରିପାଠୀ, ଜିତେନ୍ଦ୍ର ବେହେରାଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଯୋଗଦେଇ କଳାହାଣ୍ଡି ଉତ୍ସବର ସଫଳତା ପାଇଁ ଜିଲ୍ଲା ପ୍ରଶାସନ ସମେତ ଅନ୍ୟ ବିଭାଗର ଅଧିକାରୀ, ସମସ୍ତ କମିଟିର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। 

( ମ ନି ସ ) 

Related posts

‘ନବୀନ’ କାର୍ଯ୍ୟାଳୟରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ, ଦେଶାତ୍ମକବୋଧ କବିତା ପାଠୋତ୍ସବ

masiha

କୋରାପୁଟ ଜିଲ୍ଲା ସିମିଳିଗୁଡା ରେ FIDR ସଂସ୍ଥା ପକ୍ଷରୁ ତୃତୀୟ ରାଉଣ୍ଡ ଟେବୁଲ୍ ବୈଠକ

masiha

ରାଇରଙ୍ଗପୁର ବିଦ୍ୟୁତ ବିଭାଗରେ ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପାର୍ଥ ସାରଥୀ ଦାସଙ୍କୁ ନେସ୍କୋ ପାଓ୍ଵାର ଏମ୍ପଲୟଜ୍ ୟୂନିଅନ ତରଫରୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!