ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକରେ ଘନ କୁହୁଡ଼ି ର ପ୍ରକୋପ 

ଡାବୁଗାଁ ବ୍ଲକରେ ଘନ କୁହୁଡ଼ି ର ପ୍ରକୋପ 

ଡାବୁଗାଁ, ୩୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସାରା ଶୁକ୍ରବାର ଘନ କୁହୁଡ଼ି ପ୍ରକୋପ ଦେଖାଯାଇଥିବା ବେଳେ ଦିନ ୯ ଘଣ୍ଟା ପଯ୍ୟନ୍ତ ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ଏପରିକି ନିକଟରେ ଥିବା ଲୋକ ଙ୍କୁ ଦେଖା ଯାଉ ନ ଥିଲା l ସକାଳ ରେ ପହଁଞ୍ଚିବା ଯାତ୍ରୀ ବାହି ଗାଡି ଗୁଡିକ ବହୁ ବିଳମ୍ବରେ ପହଂଚି ଥିଲା l ଏହି ସମୟରେ ଯାନବାହାନ ଗୁଡିକ ସତର୍କ ରେ ନ ଚଳାଇଲେ ଦୁର୍ଘଟଣା ର ଆଶଙ୍କା ରହି ଥିବାରୁ ଯାନବାହାନ ଚାଳକ ବହୁ ସତର୍କତା ଅବଲମ୍ବନ କରି ଗାଡି ଚାଳନା ଧୀର ଗତିରେ କରାଇ ବିଳମ୍ବରେ ପହଞ୍ଚାଉଛନ୍ତି l ଏପରି ସମୟରେ ସତର୍କତା ଅବଲମ୍ବନ କରି ଯାନବାହାନ ଚାଳନା କରିବା ପାଇଁ ବୁଦ୍ଧିଜିବୀ ମାନେ ସମସ୍ତ ଡ୍ରାଇଭର ମାନଙ୍କୁ ଅନୁରୋଧ କରିଛନ୍ତି l ତେବେ ସତର୍କତା ହିଁ ମରଣ ମୁହଁରୁ ରକ୍ଷା କରିବ ଏଥିରେ ସନ୍ଦେହ ନାହିଁ l ପାଣିପାଗ ର ସୂଚନା ଅନୁଯାୟୀ କୁହୁଡ଼ି ର ପ୍ରକୋପ କିଛି ଦିନ ରହିବ ବୋଲି ଜଣାପଡିଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତର ପ୍ରୟାସ

Sunil Chandra Nayak

କଟକ ଜିଲ୍ଲାର ଶବର ସାହି, ମୁଣ୍ଡା ସାହି, ସାନ୍ତାଳ ସାହି ଗାଁ ର ଆଦିବାସୀ ପରିବାରଙ୍କ ଜଙ୍ଗଲ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ଜଙ୍ଗଲ ବିଭାଗ ଏବଂ ରାଜସ୍ବ ବିଭାଗ କୁ ନିର୍ଦେଶ ଦେଲେ ସରକାର l ଆଦିବାସୀ ଙ୍କୁ ପଟ୍ଟା ମିଳିବା ଆଶା ଉଜ୍ବଳ 

Sunil Chandra Nayak

କ୍ଷେତ୍ରବାସୀ ମାହାରଙ୍କ ବିୟୋଗରେ ଶୋକସଭା 

masiha

Leave a Comment

error: Content is protected !!