ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ରକ୍ତଦାନ ଶିବିର

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ରକ୍ତଦାନ ଶିବିର

ରାଉରକେଲା: ସରସ୍ଵତୀ ପୂଜା ଅବସରରେ ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରାକ୍ତନ ଛାତ୍ର ପରିଷଦ ଓ ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଆଗାମୀ ଦିନରେ ରକ୍ତ ପାଇଁ କାହାର ଜୀବନ ନ ଯାଉ, ଏହି ବାର୍ତ୍ତା ନେଇ ଏହି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ପ୍ରାୟ ୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନା ରକ୍ତଭଣ୍ଡାର କୁ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଓ ସମ୍ପାଦକ କରୁଣାକର ପାଟ୍ଟଶାଣୀଙ୍କ ମାର୍ଗଦର୍ଶନ ରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି, ସ୍ବତନ୍ତ୍ର ଜେଲ ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା ଓ ବୈଜୟନ୍ତୀ ଲାଗୋରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି ରକ୍ତଦାନ ଶିବିର ରାଉରକେଲା ର ନୂତନ ପିଢ଼ି ମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ସଂସଦ ର ସଭାପତି ଦୁର୍ଗାପ୍ରସାଦ ସେନାପତି,ତପନ ମିଶ୍ର, କରୁଣାକର ଜେନା, ଗଣେଶ ଜୟସିଂହ, ଅବିନାଶ ମହାପାତ୍ର, ଆଚାର୍ଯ୍ୟ ପ୍ରମୋଦ ମହାନ୍ତି, ଶ୍ୟାମସୁନ୍ଦର ସେଠୀ, ଆଚାର୍ଯ୍ୟା ନନ୍ଦିତା ମଲ୍ଲିକ, ସଂଗୀତା ମିଶ୍ର, ସ୍ମିତା ମାର୍ଥା, ମମତା ତରାଇ, ଅପର୍ଣ୍ଣା ପଣ୍ଡା, ସବିତା ମହାପାତ୍ର, ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ରଥ, ସଦସ୍ୟ ମନୋରଞ୍ଜନ ବାରିକ ଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଅଭିଭାବକ ରକ୍ତଦାନ କରିଥିଲେ। ସହ ପ୍ରଧାନଚାର୍ଯ୍ୟ ଜନ୍ମଞ୍ଜୟ ସୁଆର, ଆଚାର୍ଯ୍ୟା ରେଖା ମହାନ୍ତି, ପ୍ରତିଭା ସାହୁ, ପୁଷ୍ପାଞ୍ଜଳି ନାୟକ, ଦି ହ୍ୟୁମାନିଟି ଫାଉଣ୍ଡେସନ ର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ରକ୍ତଭଣ୍ଡାର ର ଡାକ୍ତର ମାୟସା ସୋରେନ ଓ ଟେକ୍ନସିଆନ ମାନେ ସୂଚାରୁ ସମ୍ପାଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନଚାର୍ଯ୍ୟ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେରେସିଂହା ଶିବ ମନ୍ଦିର ପରିଚାଳନା କମିଟି ଗଠିତ

Sunil Chandra Nayak

୭୯- ଧର୍ମଗଡ଼ ବିଧାନସଭା ନିର୍ଵାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା ପ୍ରକାଶିତ ୧୫ ହଜାର ୫୮୨ ଜଣ ଭୋଟର ତାଲିକା ରୁ ବାଦ ପାଇଁ ଚିହ୍ନଟ..

ଫାଇଭ୍-ଟି ରୂପାନ୍ତରଣରେ ସାମିଲ ହେଲା କମର୍ଦ୍ଧା ହାଇସ୍କୁଲ

Leave a Comment

error: Content is protected !!