ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଙ୍ଗୀତ ତରଙ୍ଗ ପକ୍ଷରୁ ‘ଓଡ଼ିଶା ମୋ ଓଡ଼ିଶା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା / ଇସ୍ପାତ ସହରର ପ୍ରତିଷ୍ଠିତ ସାଂସ୍କୃତିକ ନ୍ୟାସ ତଥା ସଙ୍ଗୀତ ଅନୁଷ୍ଠାନ ସଙ୍ଗୀତ ତରଙ୍ଗ ଆନୁକୂଲ୍ୟରେ ସିଭିକ ସେଣ୍ଟର ଠାରେ ଏକ ମନୋରମ ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ମାସରେ ଉତ୍କଳ ଦିବସ ପଡ଼ିଥିବାରୁ ଏପ୍ରିଲ ତୃତୀୟ ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷା ଓ ସଂସ୍କୃତି ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲା । ‘ଓଡ଼ିଶା ମୋ ଓଡ଼ିଶା ‘ ଶୀର୍ଷକ ଭିତ୍ତିକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆରଏସପି ମୁଖ୍ୟ ମହାପ୍ରବନ୍ଧକ ଶୁଭେଶ ରାୟଚୌଧୁରୀ ଏବଂ ଉପଦେଷ୍ଟା ମନୋରଞ୍ଜନ ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଅନ୍ୟ ମହାପୁରୁଷଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଡା. ଜୟନ୍ତ ଆଚାର୍ଯ୍ୟ, ବଲଜିତ ସିଂଙ୍କ ସମେତ ସିମରନ କୌର ଓ ଲକ୍ଷ୍ମୀ ସାହୁ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ବରପୁତ୍ର ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ଚାରଣ କରାଯାଇ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଶିଳ୍ପୀ ମାନେ ଓଡ଼ିଆ ଭଜନ ସମେତ ବହୁ ଲୋକପ୍ରିୟ ଓଡ଼ିଆ ଗୀତ ପରିବେଷଣ କରିଥିଲେ। ଓଡ଼ିଶାର ଜନଜୀବନ, କୃଷି, କଳା ଓ ସଂସ୍କୃତି ଭିତ୍ତିକ ଏକ ପ୍ରତୀକାତ୍ମକ ସଙ୍ଗୀତ ଓ ଅଭିନୟ କାର୍ଯ୍ୟକ୍ରମ ବେଶ ମନଛୁଆଁ ହୋଇଥିଲା । ଏଥିରେ ସଙ୍ଗୀତ ତରଙ୍ଗ ଶିଳ୍ପୀଙ୍କ ସହ ଲକ୍ଷ୍ମଣ ମହନ୍ତ ଓ ବନମାଳୀ ମହନ୍ତ ଭାଗ ନେଇଥିଲେ । ପ୍ରେକ୍ଷାଳୟରେ ଉପସ୍ଥିତ ବିଭିନ୍ନ ସଙ୍ଗୀତ ଶ୍ରୋତା ମାନଙ୍କୁ ଭିନ୍ନ ଭିନ୍ନ ସ୍ୱାଦର ସଙ୍ଗୀତ ଭେଟି ଦେଇ ସନ୍ତୁଷ୍ଟ କରିବା ଭୂମିକା ତୁଲାଇଥିଲେ ଅର୍ଚ୍ଚନା ଶତପଥୀ, ଅଙ୍କିତା ବେହେରା, ଅଶ୍ୱିନୀ କୁମାର ସିଂ, ବଲଜିତ ସିଂ, ବସନ୍ତ ତାଣ୍ଡି, ବିଭୁଦତ୍ତ ରଥ, ବିକାଶ ପାତ୍ର, ବିମଳ ସାହୁ, ଦିଲୀପ ପରିଡ଼ା, ଫିରୋଜ ଅହମ୍ମଦ, ହିମାଂଶୁ ମହାନ୍ତି, ଇତି ପଟ୍ଟନାୟକ, ଜଗନ୍ନାଥ ସାହୁ, ଜୟନ୍ତ ଆଚାର୍ଯ୍ୟ, ଝୁନୁ ନାୟକ, ଲୀନା ସେନାପତି, ନିବେଦିତା, ପିଙ୍କି, ପ୍ରଦୀପ ମହନ୍ତ, ପୁଷ୍ପାଞ୍ଜଳି, ରୀନା, ସନ୍ତୋଷ ଦାସ, ସତ୍ୟବ୍ରତ ମହାନ୍ତି, ସତ୍ୟଞ୍ଜୟ ତ୍ରିପାଠୀ, ସୋନାଲି, ତପନ ନାୟକ ପ୍ରମୁଖ। ସେହି ରାତିରେ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ହୋଇଥିବାରୁ ଏଠାରେ ପରିବେଷିତ ତାଙ୍କର ଗୀତ ଗୁଡ଼ିକ ଏବଂ ବିଶେଷ ଭାବେ ‘ନ..ଯା ରାଧିକା…, ମୋ ପ୍ରିୟା ଠାରୁ କିଏ ଅଧିକ…, ଗୀତ ଗୁଡ଼ିକ କାର୍ଯ୍ୟକ୍ରମ ପରେ ବି ଚର୍ଚ୍ଚାକୁ ଆସିଥିଲା । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଲାୟନ ବିନୋଦ ମହୁନ୍ତ, ସଭାପତି ତପନ ନାୟକ, ଉପ ସଭାପତି ଶଶାଙ୍କ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନ୍ତୋଷ ଦାସ, ଉପଦେଷ୍ଟା ମଣ୍ଡଳୀରୁ ଅର୍ଚ୍ଚନା ଶତପଥୀ, ଡା. ଜୟନ୍ତ ଆଚାର୍ଯ୍ୟ, ବଲଜିତ ସିଂ, ସୁଶାନ୍ତ ଦାସ ଏବଂ ସମସ୍ତ କର୍ମକର୍ତ୍ତା ତଥା ପ୍ରାୟୋଜକ ସଂସ୍ଥାଙ୍କ ପ୍ରେରଣା, ପ୍ରୟାସ ଓ ସହଯୋଗ ପାଇଁ କାର୍ଯ୍ୟକ୍ରମଟି ବେଶ୍ ଉପଭୋଗ୍ୟ ହୋଇପାରିଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ମା’ବନଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା

Sunil Chandra Nayak

ସଂଗୀତକାର ମହେନ୍ଦ୍ର ଆଚାର୍ଯ୍ୟ ଓ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କୁ ମୂର୍ଚ୍ଚନା ସମ୍ମାନ-୨୦୨୨ ଓ ଆଜୀବନ ସାଧନା ପାଇଁ ଶ୍ରୀ ମନ୍ମଥ ମିଶ୍ରଙ୍କୁ ‘ଆଜୀବନ ସାଧନା ସମ୍ମାନ-୨୦୨୨’ ପ୍ରଦାନ

Sunil Chandra Nayak

ବେଆଇନ ଧାନ ଚାଳାଣ, ୨ ଟ୍ରକ ଜବତ

Leave a Comment

error: Content is protected !!