ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାତା ଇଂ.ବିପ୍ର ରଂଜନ ନାୟକ : ଯୁବ ସମାଜର ଜାଗ୍ରତ ସ୍ୱର ଓ ସ୍ୱାକ୍ଷର 

ରକ୍ତଦାତା ଇଂ.ବିପ୍ର ରଂଜନ ନାୟକ : ଯୁବ ସମାଜର ଜାଗ୍ରତ ସ୍ୱର ଓ ସ୍ୱାକ୍ଷର 

କଟକ : ରକ୍ତଦାନ ଏକ ମହତ ଦାନ । ଏହି ରକ୍ତଦାନ ମହା ସେବାର ମହତ୍ୱ ଜନ ସାଧାରଣଙ୍କୁ ଅବଗତ କରାଇବା,ପରିବେଶ ସୁରକ୍ଷା ଆଦି ଅନେକ ଅତି ମାନବୀୟ କାର୍ଯ୍ୟର ସ୍ରଷ୍ଟା ଯୁବ ସମାଜସେବୀ ତଥା ନେସନାଲ ୟୁଥ୍ ଆସୋସିଏସନ୍ ଟ୍ରଷ୍ଟ ଓଡ଼ିଶାର ଆବାହକ ଇଂ.ବିପ୍ର ରଂଜନ ନାୟକ । ବୈଷୟିକ ବିଦ୍ୟାରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ଏଥିସହ ସମାଜ ସେବାରେ ତାଙ୍କର ଶ୍ରଦ୍ଧା ରହିଛି । ସେ ଭଦ୍ରକ ମାଟିର କୃତୀ ସନ୍ତାନ । ପରିବେଶ ସୁରକ୍ଷା ସହ ଚାରା ରୋପଣ,ରକ୍ତଦାନ ଶିବିର ଆୟୋଜନ,ରକ୍ତର ଅଭାବୀ ସମସ୍ୟାକୁ ଦୂର କରିବାରେ ସେ ଶତ ଚେଷ୍ଟିତ । ସେ ଏଯାବତ୍ ୩୫ ଥର ରକ୍ତଦାନ,୨୮ ଥର ଏସଡିପି, କଟକ,ଭୁବନେଶ୍ବର,ଭଦ୍ରକ ଆଦି ବିଭିନ୍ନ ସ୍ଥାନରେ ୧୨ ହଜାରରୁ ଅଧିକ ରକ୍ତ ସଂଗ୍ରହ ଓ ୫୦୦ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରି ଆଜି ଚର୍ଚ୍ଚାରେ । ମୋବାଇଲ୍ ଗ୍ରୁପ ଗଠନ କରି ୩୦ ଟି ଜିଲ୍ଲାରେ ୩୦ ଟି ଶାଖା ଗଠନ କରି ସେବାକାର୍ଯ୍ୟ କରୁଛନ୍ତି l

 ନିଜ ଜନ୍ମ ଦିନକୁ ରକ୍ତଦାନ ଆଉ ଅନ୍ୟାନ୍ୟ ସେବା ମାଧ୍ୟମରେ ପାଳନ କରନ୍ତି । ସେ ମନ୍ଦିର ଅପେକ୍ଷା ଚିକିତ୍ସାଳୟରେ ଅସହାୟ ଲୋକଙ୍କ ସେବାରେ ସମୟ ଦିୟନ୍ତି । କଥା ପ୍ରସଙ୍ଗରେ ସେ କୁହନ୍ତି “ରକ୍ତଦାନ,ଭିନ୍ନ ଏକ ଦେଶପ୍ରେମ,ସ୍ବେଚ୍ଛାକୃତ ରକ୍ତଦାନ ଅସହାୟ ରୋଗୀଙ୍କୁ ଦିଏ ଏକ ନୂଆ ଜୀବନ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କ ଦେହାନ୍ତ 

ଶ୍ରୀ ରାମଚନ୍ଦ୍ର ଭଂଜଦେଓ ବିଶ୍ବ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ

masiha

ଉତ୍କଳ ଆଲୁମିନାରେ ଖଣି ନିରାପତ୍ତା ସପ୍ତାହ ପାଳିତ

masiha

Leave a Comment

error: Content is protected !!