ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨ ଟି ମୋଟର ସାଇକେଲ ଦୁର୍ଘଟଣା ୧ ମୃତ, ୩ ଆହତ

୨ ଟି ମୋଟର ସାଇକେଲ ଦୁର୍ଘଟଣା ୧ ମୃତ, ୩ ଆହତ 

ଡାବୁଗାଁ, ୧୩/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମ ଛକ ନିକଟ ରେ ଗୁରୁବାର ଅପରାହ୍ନ ପ୍ରାୟ ୪ ଘ. ସମୟରେ ୨ ଟି ମୋଟର ସାଇକେଲ ଦୁର୍ଘଟଣା ଘଟି ୧ ମୃତ, ୩ ଆହତ | ସୂଚନାଯୋଗ୍ୟ:- ଡାବୁଗାଁ- ଉମରକୋଟ ରାଜ୍ୟ ରାଜପଥ-୩୯ ରାସ୍ତାରେ ଝରିଗାଁ ବ୍ଲକ ଅଧୀନ କାନାକୋଟ ଗ୍ରାମର ମାନସିଂ ହରିଜନ ଏବଂ ତାଙ୍କ ୨ ପୁଅ ମାହିର ହରିଜନ ଓ ଜଗର ହରିଜନ ସହିତ ନିଜ ମୋଟରସାଇକେଲ ନଂ ଓଡି ୨୪ ଏଚ ୩୮୬୨ ଯୋଗେ ବକଡାବେଢା ଗ୍ରାମରୁ ନିଜ ଘରକୁ ଫେରୁଥିବା ବେଳେ ଡାବୁଗାଁ- ଉମରକୋଟ ରାଜ୍ୟ ରାଜପଥ-୩୯ ରାସ୍ତାରେ ଚାଟିଗୁଡା ଗ୍ରାମ ଛକ ନିକଟ ରେ ଏକ ମୋଟରସାଇକେଲ ନଂ ସିଜି ୦୫ ଇ ୨୯୩୫ ଯୋଗେ ଜଣେ ଯୁବକ ଦୃତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲା | ଫଳରେ ୨ ଟି ମୋଟରସାଇକେଲ ଆରୋହି ମାନେ ରାସ୍ତା କଡକୁ ଛିଟିକି ପଡିଥିଲେ | ଯାହାଦ୍ୱାରା ମାନସିଂ ହରିଜନ(୨୫) ଏବଂ ତାଙ୍କ ୨ ପୁଅ ମାହିର ହରିଜନ (୫) ଓ ଜଗର ହରିଜନ (୩) ଆହତ ହୋଇଥିଲେ | ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଆମ୍ବୁଲାନ୍ସ ରେ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଘଟଣାସ୍ଥଳରେ ମୋଟରସାଇକେଲ ନଂ ସିଜି ୦୫ ଇ ୨୯୩୫ ଗାଡି ଆରୋହି ଯୁବକ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା | ଖବର ପାଇ ଡାବୁଗାଁ ଥାନା ଏଏସଆଇ ଗୋପାଳକୃଷ୍ଣ ହଲୱା ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ କୁ ଶବ ବାହକ ଗାଡିଦ୍ଵାରା ଉମରକୋଟ ଡାକ୍ତରଖାନାକୁ ପଠାଇଥିଲେ | ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକର ପରିଚୟ ମିଳିନାହିଁ | ପୋଲିସ ଦୁର୍ଘଟଣାଗ୍ରସ୍ତ ୨ ଟି ମୋଟରସାଇକେଲ କୁ ଜବତ କରି ଥାନାକୁ ଆଣିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସ୍ଥାୟୀ ମନ୍ଦିର ପରିଚାଳନା କମିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

masiha

ମୋବାଇଲ ଫାଟି ନାବାଳକ ଆହତ 

masiha

ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜନ୍ମଜୟନ୍ତୀ-୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!