ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ ବିରଜା ମାଆ 

ବିରଜା ମାଆ 

 

ଶରତ ଚନ୍ଦ୍ର ପଣ୍ଡା, ଯାଜପୁର 

 

ମାଟିରେ ଭରିଛି ଗନ୍ଧ ଆଉ ରଙ୍ଗ

ସ୍ୱାଦ’ତ ତୋହରି ଦାନ,,

ଅମୂଲ୍ୟ ପଦାର୍ଥ ଯାହା ମାଟି ଗର୍ଭେ

ରଖିଛୁ ଦେଇତୁ ମନ ll

ମା’ ତୁ ବିରଜା ଓଡ଼ିଆ ଗରବ

ଉତ୍କଳ ତୋ ଲୀଳା ଭୂଇଁ,,

ଗରବେ ଉଡ଼ୁଛି ପଣତ ତୋହର

ସରଗ ଯାଉଛି ଛୁଇଁ ll

କହ କେତେ ଦୂରେ ମୁଁ’ କି ତୋ ‘ବିଚାରେ

ନୁହଇଁ ଜନ୍ମିତ ପୁତ୍ର..?

କେତେ ଯୋଗୀ ମୁନି ଜ୍ଞାନରେ ଯେ’ ଧନୀ

ଶୂନ୍ୟ ଜ୍ଞାନ ମୋର ଗାତ୍ର ll

କୋଇଲି ର କୁହୁ କାଉ କା’ରାବ

ଗୁଣ୍ଡୁଚି ପିଠିରେ ଗାର,,

ସ୍ନେହରେ ମୋ ପିଠି ଆଉଁସି ଦେ’ଏଲୋ

କରୁଥା ଟିକେ ଆଦର ll

ଦେଖ ଦେଖ ମାଆ ତୋର ହାତ ଗଢ଼ା

ବିଶ୍ୱ ଧ୍ବଂସ ହୁଏ ଯୁଦ୍ଧେ,,

ରଖ ତୋ ‘ଧରିତ୍ରୀ ଆହେ ଶକ୍ତି ଦାତ୍ରୀ

ଜୀବନ ଝୁରେ ତା’ ମଧ୍ୟେ ll

ଜୟ ଜଗନ୍ନାଥ ତୋହରି ସନ୍ତାନ

ଲୀଳା କରେ ନୀଳାଚଳେ,,

ମାଆ ପୁଅ ଦୁହେଁ କି ଦାଉ ସlଧୁଛ

ପୃଥିବୀ ବୁଡ଼େ ଜଞ୍ଜାଳେ ll

କେତେ ଯେତେ ବୀର ପ୍ରସବ କରିଛୁ

ଗାନ୍ଧୀ, ଗୋପବନ୍ଧୁ, ମୀରା,

ରାମ, କୃଷ୍ଣ, ବଳି, ଭୀମ ମହାବଳୀ

ହିମାଳୟ ବାସୀ ପରା ll

ପୁଣ୍ୟ ବୈତରଣୀ କୂଳ ତୋର ଘର

ଓଡିଶା ର ଯାଜପୁର,

ଦିଲ୍ଲୀ, ପଲ୍ଲୀ, ବଙ୍ଗ ଆଉ ବଣ ମଲ୍ଲୀ

ସଭିଏଁ ତୋର ନିଜର ll

Related posts

କନକ ନିଆଲ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଜୋର ଧରିଲା, ରାସ୍ତାକୁ ଓହ୍ଲାଇଲା ବହୁଜନ ଜଷ୍ଟିସ୍ ଫୋରମ୍

Sunil Chandra Nayak

ବାଲ୍ୟବିବାହ ଅଭିଯୋଗରେ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଚଢ଼ାଉ

Sunil Chandra Nayak

ଅବକାରୀ ବିଭାଗ ର ଦୁଇଟି ସ୍ଥାନରେ ଚଢ଼ାଉ , ବ୍ୟାପକ ମାତ୍ରାରେ ପୋଚ ଓ ମଦ ରନ୍ଧା ସାମଗ୍ରୀ ନଷ୍ଟ

Sunil Chandra Nayak

Leave a Comment

error: Content is protected !!