ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭତ୍ତା ଟଙ୍କା ହେରଫେର ଅଭିଯୋଗ 

ଭତ୍ତା ଟଙ୍କା ହେରଫେର ଅଭିଯୋଗ 

ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାହାଜପାଣି ପଞ୍ଚାୟତ ଅନ୍ତର୍ଗତ ଫୁଲକିମୁଣ୍ଡା ଏବଂ ବାଗଡିଆ ଗ୍ରାମବାସି ଗତ ଫେବୃଆରୀ ମାସର ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ଓ ବିଧବା ମହିଳା ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ସାହାଜପାଣି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀଳାମ୍ବର ମାଝୀ ହିତାଧିକାରୀ ମାନଙ୍କ ଭତ୍ତା ଟଙ୍କା ଉଠାଇ ବାଣ୍ଟିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ସେ ସମୟରେ ତାଙ୍କର ପୁତୁରାଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ସାହାଜପାଣି ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ ମାଝୀଙ୍କୁ ଭତ୍ତା ବାଣ୍ଟିବାର ଦାୟିତ୍ୱ ଦେବା ସହ ୩ ଲକ୍ଷ ୩୭ ହଜାର ଟଙ୍କା ଦେଇଥିବା ପ୍ରକାଶ କରିଛନ୍ତି । ସରପଞ୍ଚ ମାଝୀ ନିଜଗାଁ ସାହାଜପାଣି ଏବଂ ସୁଲିଆବାହାଲ ଗ୍ରାମରେ ଭତ୍ତା ଟଙ୍କା ହିତାଧିକାରୀଙ୍କୁ ବାଣ୍ଟିଦେଇଥିଲେ କିନ୍ତୁ ଫୁଲକିମୁଣ୍ଡା ଏବଂ ବାଗଡିଆ ଗ୍ରାମର ହିତାଧିକାରୀଙ୍କୁ ଭତ୍ତା ନଦେଇ ସେମାନଙ୍କ ଭତ୍ତା ଟଙ୍କା ପାଖାପାଖି ୧ ଲକ୍ଷ ୮୦ ହଜାର ଟଙ୍କା ହଡପ କରିନେଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ହିତାଧିକାରୀମାନେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି ଅଭିଯୋଗ କଲେ ମଧ୍ୟ ତାଙ୍କ ଗୁହାରୀ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି । ଏନେଇ ବ୍ଲକ ବିଏସ୍‌ଏସ୍‌ଓ କନିଷ୍କ ବିଭାରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ହିତାଧିକାରୀମାନେ ଭତ୍ତା ଟଙ୍କା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଦୋଷୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କୋଲନରାରେ ‘ଚଇତି’_୨୦୨୪ ଉପଲକ୍ଷେ କବି ସମ୍ମିଳନୀ

masiha

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!