ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା: ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଅଖିଳ ଭାରତୀୟ ସ୍ତରରେ ଏକ ବିକଶିତ ଭାରତ ସମ୍ପର୍କୀତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ଆଜି ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚୟନ ସମିତିର ସଭାପତି ଡ଼ଃ ସନାତନ ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ଼ଃ ଦିବ୍ୟକାନ୍ତୀ ବିଲୁଙ୍ଗ ଓ ଅଧ୍ୟାପକ ଆକାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଜାତୀୟ ସେବା ସଂସ୍ଥା ଓ ନେହେରୁ ଯୁବ କେନ୍ଦ୍ର ର ସଂଯୋଜନାରେ ଓଡ଼ିଶା ର ୧୪ଟି ନୋଡାଲ ସେଣ୍ଟର ମଧ୍ୟରେ ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟ ଅନ୍ୟତମ। ଏହି କେନ୍ଦ୍ର ଦ୍ବାରା ସୁନ୍ଦରଗଡ ଓ ଦେବଗଡ଼ ଜିଲ୍ଲାର ୫୪ ଟି ମହାବିଦ୍ୟାଳୟର ୫ହଜାର ଯୁବ ପ୍ରତିଭାଙ୍କୁ ଭାଗ ନେବାର ଯୋଜନା ପ୍ରସ୍ତୁତ ହୋଇଛି। ୧୮ ବର୍ଷରୁ ୨୫ ବର୍ଷ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନେ Mybharat.gov.in ରେ ପଞ୍ଜିକୃତ କରି ସେମାନଙ୍କ ୧ ମିନିଟର ଭିଡିଓ ଅପଲୋଡ଼ କରିପାରିବେ। ସେମାନଙ୍କ ମଧ୍ୟରୁ ୧୫୦ଜଣ ଚୟନିତ ପ୍ରତିଯୋଗୀ ମାର୍ଚ୍ଚ ୧୬ ଓ ୧୭ ତାରିଖ ରେ ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେ। ସେମାନଙ୍କ ମଧ୍ୟରୁ ୧୦ ଜଣ ଚୟନିତ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଓ ଏହି ପ୍ରତିଯୋଗିତାରେ ଉନ୍ନୀତ ପ୍ରତିଯୋଗୀ ସର୍ବଭାରତୀୟ ସ୍ତରରେ ସଂସଦ ତର୍କ ବିତର୍କରେ ଭାଗ ନେବାର ସୁଯୋଗ ପାଇବେ ଓ ପୁରସ୍କୃତ ହେବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଗୋଷ୍ଠୀ ଠାରେ ବିକଶିତ ଭାରତର ସଂକଳ୍ପ ଓ ସିଦ୍ଧି ସମ୍ପର୍କରେ ଜାଗରଣ ସୃଷ୍ଟି କରି ତାର ସଫଳ ରୂପାୟନ କରିବା ହିଁ ଆଶା କରାଯାଉଛି। ଏଥିପାଇଁ ଆସନ୍ତା ୯ ତାରିଖ ରାତ୍ରି ୧୨ଟା ମଧ୍ୟରେ ଉପରୋକ୍ତ ଇମେଲ ମାଧ୍ୟମରେ ନିଜର ଭିଡିଓ ଅପଲୋଡ଼ କରିବାକୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ସର୍ବଶ୍ରୀ ବିଜୟ କୁମାର ପାଢ଼ୀ, ବିଜୟଲକ୍ଷ୍ମୀ ଦେଓ, ହେମନ୍ତ କୁମାର ପୁହାଣ,ଦିପ୍ତିରଞ୍ଜନ ମହାନ୍ତି, ରାଜକୁମାର ମିଶ୍ର, ପ୍ରମୋଦ ରଣା,ସୁରଜ ତନ୍ତୀ, ଗଗନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ବିଅନପିଟ ଗାଁ ! ବଣ ମଣିଷ ଭଳି ଜୀବନ କାଟୁଛନ୍ତି ପାଖାପାଖି ୪୦ ଆଦିବାସୀ ପରିବାର !!

Sunil Chandra Nayak

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ବିଦାୟ ସଭା

ଉପକୂଳ ଓଡ଼ିଶାରେ ବଢ଼ୁଛି ତାତି: ଅସହ୍ୟ ଗୁଳୁଗୁଳି ଅନୁଭୂତ.

masiha

Leave a Comment

error: Content is protected !!