ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମର ଲୋକେ 

ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମର ଲୋକେ 

ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଅଙ୍ଗନୱାଡ଼ି କେନ୍ଦ୍ର- ୧ ର ଅଙ୍ଗନୱାଡ଼ି ପଦବୀ ଦୀର୍ଘ ବର୍ଷ ଧରି ଖାଲି ଥିବା ବେଳେ ଗତ ବର୍ଷ ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ପଦବୀ ନିମନ୍ତେ ଲକ୍ଷ୍ମୀପୁର ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯାଇଥିଲା ଉକ୍ତ ଅଙ୍ଗନୱାଡ଼ି ପଦବୀ ନିମନ୍ତେ ଗ୍ରାମର ଦୁଇ ଜଣ ଝିଅ ଓ ଜଣେ ବୋହୁ ଏହି ଅଙ୍ଗନୱାଡ଼ି କର୍ମୀ ପାଇଁ ଆବେଦନ କରିଥିଲେ। ତେବେ ଗ୍ରାମର ଲୋକେ ଅଭିଯୋଗ ଆଣି କହିଛନ୍ତି କି ଅଙ୍ଗନୱାଡ଼ି କେନ୍ଦ୍ର- ୧ କେନ୍ଦ୍ରରେ ବର୍ତ୍ତମାନ ଯେଉଁ ବୋହୁକୁ ନିଯୁକ୍ତି ନିମନ୍ତେ ବଛା ଯାଇଛି ସେହି ସାହି ଏକ ନମ୍ବର କେନ୍ଦ୍ରକୁ ଆସୁନଥିବା ବେଳେ କେଉଁ ଭଳି ଉକ୍ତ ସାହିର ଜଣେ ବୋହୁ ନାମ ଅଙ୍ଗନୱାଡ଼ି ସର୍ବେ ତାଲିକାରେ ଅନ୍ତର୍ଭୁକ୍ତ କରି ବର୍ତ୍ତମାନ ଡୁମୁରିପଦର ଅଙ୍ଗନୱାଡ଼ି କେନ୍ଦ୍ର-୧ ର ପଦବୀରେ ଅନିୟମିତତା କରି ନିଯୁକ୍ତି ଦେଇଥିବା ଗ୍ରାମର ସମୁହ ଅଭିଯୋଗ ଆଣିଛନ୍ତି। ଠିକ୍ ଭାବେ ପୂର୍ନବାର ବିଜ୍ଞପ୍ତି ଜାରି କରି ଗ୍ରାମର ଜଣେ ଗରୀବ ପଢ଼ା ଝିଅକୁ ଏହି ପଦବୀରେ ନିଯୁକ୍ତ ଦିଅନ୍ତୁ ନଚେତ୍ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲାବନ୍ଦ କରି ଆଇନର ଆଶ୍ରୟ ନେବା ସହ ଲକ୍ଷ୍ମୀପୁର ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମର ଲୋକେ ଧାରଣା ଦେବୁ ବୋଳି କଢ଼ା ଚେତାବନୀ ଦେଇଛନ୍ତି ଗ୍ରାମର ଲୋକେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାକ୍ତରଖାନା ଶିଶୁଓ୍ବାର୍ଡରେ ମାରବାଡି ଯୁବମଞ୍ଚ ପକ୍ଷରୁ ଫଳ,ବିସ୍କୁଟ୍ ବଣ୍ଟନ

Sunil Chandra Nayak

ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା ଚାକିରୀ କରିବା ପଡିଲା ମହଙ୍ଗା :ନକଲି ଶିକ୍ଷକ ଙ୍କ ନାମରେ ଥାନାରେ ଦେଲେ ଏତଲା ଗୋଷ୍ଟୀ ଶିକ୍ଷା ଅଧିକାରୀ 

Sunil Chandra Nayak

ବୁଡ଼ିବାକୁ ବସିଛି କଂସା ପିତ୍ତଳ ଶିଳ୍ପ,ଦୁର୍ଦ୍ଦିନ ପରିସ୍ଥିତିରେ କାରିଗର

Leave a Comment

error: Content is protected !!