ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସନ୍ତ କବିତା ପାଠୋତ୍ସବ କାର୍ଯ୍ୟକ୍ରମ 

ବସନ୍ତ କବିତା ପାଠୋତ୍ସବ କାର୍ଯ୍ୟକ୍ରମ 

ରାଉରକେଲା: ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ବସନ୍ତ କବିତା ପାଠୋତ୍ସବ ଓ ଆଲୋଚନା କାର୍ଯ୍ୟକ୍ରମ କଲଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି ଙ୍କ ସଭାପତିତ୍ବ ଓ ଆବାହକ ତଥା ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ଅଶ୍ବିନୀ କୁମାର ରାୟ ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ସାହିତ୍ୟରେ ବସନ୍ତ ବର୍ଣ୍ଣନା ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ କଳ୍ପନା ଶକ୍ତିଶାଳୀ,ଆଖିର ଦିପ୍ତୀମୟତା,ପ୍ରାଣର ରସମୟତା ହେଲେ ବସନ୍ତର କବିତା ରସଶିକ୍ତ ହୁଏ । କବିତା ରେ ବସନ୍ତ କିପରି ଅଙ୍ଗାଅଙ୍ଗୀ ଭାବେ ଜଡିତ,ସେ ସମ୍ପର୍କରେ ବିଭିନ୍ନ ପୁରାତନ ଓ ଆଧୁନିକ ଯୁଗର କବିଙ୍କ ସୃଷ୍ଟି ସମ୍ପର୍କରେ ବ୍ୟାପକ ଭାବେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଆବାହକ ଶ୍ରୀ ମହାପାତ୍ର ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରୟାତ ଡ଼ଃ ଶଶିକାନ୍ତ ଆଚାର୍ଯ୍ୟ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସଭାପତିତ୍ବ ଅଭିଭାଷଣ ରେ ସଭାପତି ଶ୍ରୀ ପତି ତାଙ୍କ ବକ୍ତବ୍ୟରେ କହିଲେ ଯେ ବସନ୍ତ ଋତୁ ଆସିଲେ ନାରୀ ପୁଷ୍ପ ପ୍ରତି ଆକର୍ଷିତ ହୁଏ। ବସନ୍ତ ମନକୁ ପୁଲକିତ କରେ। ସଂସ୍କୃତ ସାହିତ୍ୟରୁ ଗଙ୍ଗାଧର ମେହେରଙ୍କ ଓ ତାଙ୍କ ଠାରୁ ଆଜି ପର୍ଯ୍ୟନ୍ତ ବହୁ କବି ବସନ୍ତ ଋତୁର ଚମତ୍କାର ବର୍ଣ୍ଣନା କୁ ତୁଳନାତ୍ମକ ଭାବେ ଆଲୋଚନା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବି ସୁସ୍ମିତା ମହାପାତ୍ର ଓ ସୁଶାନ୍ତ କୁମାର ନାୟକ ଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ଚିନ୍ମୟୀ ପୁରୋହିତ, ଅଶ୍ବିନୀ ରାୟ, ପ୍ରଶାନ୍ତ କୁମାର ପତି, ଭୂପେନ ମହାପାତ୍ର, ଶ୍ରୀଧର ସୁନା, ପ୍ରତାପ ପଣ୍ଡା, ସବିତା ବସ୍ତିଆ, ବଳରାମ ରାଉଳ, ସାଗର ମହାନ୍ତି, ତପସ୍ୱିନୀ ସାହୁ, ଗୀତା ରାଣୀ ବେହେରା, ଅଶୋକ ପଟ୍ଟନାୟକ, ସଞ୍ଜୀବ ଭୋଇ, ଅର୍ଚ୍ଚନା ପାତ୍ର, ବସନ୍ତ ବିଶ୍ଵକର୍ମା, ଦିବାକର ଦାସ, ଧୋବେଇ ବେହେରା ଓ ସଂଯୋଜକ ଦ୍ବୟ ପ୍ରମୁଖ ସ୍ବରଚିତ ବସନ୍ତ ସମ୍ପର୍କୀତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ଶକ୍ତି ପ୍ରସାଦ ସାମନ୍ତରାୟ,ଡା ବସନ୍ତ କୁମାର ଦାସ, କାଶୀନାଥ ନନ୍ଦୀ,ଡା କୃପାସିନ୍ଧୁ ନାୟକ, ଅକ୍ଷୟ ପଣ୍ଡା, ଅକ୍ଷୟ ସାମଲ, ନଗେନ ଦାସ, ପ୍ରବୀର କୁମାର ଦୁବେ, ଅର୍ଜୁନ ସିଂ,ପ୍ରୀତମ ମହାନ୍ତି, କାଶୀନାଥ ପାତ୍ର, ଅଭିରାମ ସାଗରିଆ, ନମିତା ଦାସ,ଶରତ ଚନ୍ଦ୍ର ପଣ୍ଡା, କୈଳାଶ ଚନ୍ଦ୍ର ମାହାଳି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବଳରାମ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ତରଫରୁ ସ୍ଵତନ୍ତ୍ର ଶିବିର

masiha

ମାତ୍ର ₹549 ପ୍ରିମିୟମରେ India Post ଓ India Post Payments Bank ମାଧ୍ୟମରେ ₹10 ଲକ୍ଷ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ରାଶି ପ୍ରଦାନ

ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଜଙ୍ଗଲ ଜମି ଜଵରଦଖଲ ନେଇ ଗ୍ରାମବାସୀଙ୍କ ବିରୋଧ; ଉପଜିଲ୍ଲାପାଳ,ବନଖଣ୍ଡ ଅଧିକାରୀ, ତହସିଲଦାର ଏବଂ ଟାଉନଥାନା ଦ୍ବାରସ୍ଥ ; କାର୍ଯ୍ୟାନୁଷ୍ଠାନ ପାଇଁ ଦାବି 

masiha

Leave a Comment

error: Content is protected !!