ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଆଇଟିଆଇ ରେ  ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସରକାରୀ ଆଇଟିଆଇ ରେ  ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା: ରାଉରକେଲା ସରକାରୀ ଆଇଟିଆଇ ସଭା ଗୃହରେ ଅଧ୍ୟକ୍ଷ ଇଂ ଡମାନ ସୋରେନଙ୍କ ତତ୍ତ୍ଵାବଧାନରେ ଇ -ଓ୍ବଷ୍ଟ ମେନେଜମେଣ୍ଟ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ‘ହୁଲ୍ଲlଡ଼େକ ରିସାଇକ୍ଲିଙ୍ଗ ପ୍ରାଇଭେଟ ଲିମିଟେଡ଼’ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ l ମୁଖ୍ୟଅତିଥି ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖାର ସହକାରୀ ପରିବେଶ ଯନ୍ତ୍ରୀ ଇଂ. ପ୍ରିତମ କୁମାର ପତି ଯୋଗ ଦେଇଥିଲେ l ମୁଖ୍ୟ ଵକ୍ତା ଭାବେ ବୟୋତେଜ ଏଗ୍ରିନୋଭେଷନ ପ୍ରାଇଭେଟ ଲିମିଟେଡ଼ ର ଫାଉଣ୍ଡର ତଥା ନିର୍ଦ୍ଦେଶିକା ଡଃ ସୀତାରଶ୍ମି ସାହୁ ଯୋଗଦାନ କରି ଆଲୋଚ୍ୟ ବିଷୟ ଉପରେ ପିପିଟି ଉପସ୍ଥାପନା କରିଥିଲେ। ଉପାଧ୍ୟକ୍ଷ ଉତ୍ତମ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିଲେ l ସମ୍ମାନିତ ଅତିଥି ଭାବେ ଏସପିସିବି ର ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତି ଓ ହୁଳଡ଼େକ କମ୍ପାନୀର ରାଉରକେଲା ଆଞ୍ଚଳିକ ମୁଖ୍ୟ ଗୌତମ ଜୟସ୍ୱାଲ ମଞ୍ଚାସିନ ଥିଲେ l

ଆବାହକ ଭାବେ ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l କେମିକାଲ ବିଭାଗ ଅଧ୍ୟାପକ ଦେବାଶିଷ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ l 

ଅତିଥି ମାନେ ଆଲୋଚ୍ୟ ବିଷୟ ସମ୍ପର୍କ ରେ ବିଭିନ୍ନ ଦିଗରୁ ଆଲୋଚନା କରି ଇ – ୱେଷ୍ଟ ହ୍ରାସ, ପୁନଃ ବିନିଯୋଗ ଓ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l ଆମ ଜୀବନଶୈଳୀ ଓ ମାନସିକତା ର ପରିବର୍ତ୍ତନ ଦ୍ୱାରା ହିଁ ବିଭିନ୍ନ ବର୍ଜ୍ୟ ବସ୍ତୁର ସୁପରିଚାଳନା ସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ

masiha

ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ତରଫରୁ ବୁଦ୍ଧିଜିବୀ ସମ୍ମେଳନ

Sunil Chandra Nayak

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର 

masiha

Leave a Comment

error: Content is protected !!