ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୋଳ ଉତ୍ସବ ଅବସରରେ 3 ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ

ଦୋଳ ଉତ୍ସବ ଅବସରରେ 3 ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ

 ଭବାନିପାଟଣା / ପୁରୁଣା ପଡା ସ୍ଥିତ ଶ୍ରୀ ଶ୍ରୀ ରାଧା କ୍ରିଷ୍ଣା ମନ୍ଦିର ଦୋଳ ଯାତ୍ରା ଅବସର ରେ ସ୍କୁଲ ଛକ କମିଟି ଦ୍ଵାରା ଦୋଳ ଉଛବ ପାଳନ ହୋଇ ଯାଇଛି ଉତ୍ସବ କମିଟି ସଭାପତି ସନ୍ତୋଷ ପ୍ରଧାନ ଅଧ୍ୟକ୍ଷତା କରିଥିଲା ବେଳେ ଲଷ୍ମୀ ନାରାୟଣ ପଣ୍ଡା ଓ ଭଗବାନ ବିଶୋଇ ମଞ୍ଚ ପରିଚାଳନା କରିଥିଲେ. ରାଜ୍ଯ ସରକାରଙ୍କ ଅନୂସୁଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ଶିକ୍ଷା ମଣ୍ଡଳ ନୀରିକ୍ଷକ କୈଳାଶ ଚନ୍ଦ୍ର ମହାରଣା ମୁଖ୍ଯ ଅତିଥି , ମାଣିକେଶ୍ଵରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଇନ୍ଦ୍ରଜିତ୍ ମହାଖୁଡ ଅନ୍ଯତମ ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମା ଚରଣ ପ୍ରଧାନ,ରାଜସ୍ବ ନୀରିକ୍ଷକ ମଦନ ମାଝୀ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଦୋଳ ଉତ୍ସବ ର ମହତ୍ବ ସମ୍ପର୍କ ରେ ମତବ୍ୟକ୍ତ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ଦେବା ସହ 4 ଜଣ ଙ୍କୁ ସମ୍ମାନୀତ କରିଥିଲେ. ସ୍ଵର୍ଗତ ବୃନ୍ଦାବନ ସାହୁ, ସ୍ଵର୍ଗତ କେଶବ ଭୋଇ, ସ୍ଵର୍ଗତ କୀର୍ତ୍ତନ ଡାକୁଆ ଙ୍କୁ ମରଣୋତ୍ତର ସମ୍ମାନ ଏବଂ ସୁଦର୍ଶନ ହଂସ ଙ୍କୁ ସମ୍ମାନୀତ କରାଯାଇଥିଲା. ଚିତ୍ରାଙ୍କନ ପ୍ରତିଯୋଗୀତା, ସାଧାରଣ ଜ୍ଞାନ, ରଙ୍ଗୋଲି, ହୁଳହୁଳି ଓ ଡ୍ଯାନ୍ସ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା. ସୀତାକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ. ସମ୍ପାଦକ କମ୍ଭୂ ପାଣି ପରିଛା ଧନ୍ୟବାଦ୍ ଅର୍ପଣ କରିଥିଲେ.।

କଳାହାଣ୍ଡି ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ଡାବୁଗାଁ ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

masiha

ମୁନିଗୁଡା ବନାଞ୍ଚଳରେ ରକ୍ଷକ ହୋଇ ଭକ୍ଷକ ସାଜିଛି ବନ ବିଭାଗ ,ପୋଡୁଚାଷ ନାଁରେ ଜଙ୍ଗଲ ଧ୍ଵଂସ

masiha

ଗ୍ରାମୀଣ ଡାକ ସେବକ ମାନଙ୍କ ଦିନିକିଆ ଧର୍ମଘଟ

masiha

Leave a Comment

error: Content is protected !!