ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଅଗ୍ରଣୀ ସାମାଜିକ ଓ ସାଂସ୍କୁତିକ ଅନୁଷ୍ଠାନ ‘ପରିକ୍ରମା’ ତରଫରୁ ବସନ୍ତ ମହୋତ୍ସବ ରଙ୍ଗ-ରଙ୍ଗୋଲି” ଆୟୋଜିତ 

ରାଇରଙ୍ଗପୁରରେ ଅଗ୍ରଣୀ ସାମାଜିକ ଓ ସାଂସ୍କୁତିକ ଅନୁଷ୍ଠାନ ‘ପରିକ୍ରମା’ ତରଫରୁ ବସନ୍ତ ମହୋତ୍ସବ ରଙ୍ଗ-ରଙ୍ଗୋଲି” ଆୟୋଜିତ 

   ମୟୂରଭଞ୍ଜ – ୧୬/୦୩ // ରଙ୍ଗର ନିଆରା ପର୍ବ ହୋଲି ଅବସରରେ, ରାଇରଙ୍ଗପୁର ସହରସ୍ଥ ଅଗ୍ରଣୀ ସାମାଜିକ ଓ ସାଂସ୍କୁତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ବସନ୍ତ ମହୋତ୍ସବ “ରଙ୍ଗ-ରଙ୍ଗୋଲି” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ମୟୂରଭଂଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ରୂପେ ଶିଳ୍ପପତି ଜଗଦୀଶ ମିଶ୍ରା, ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା , ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସିଇଓ ଡକ୍ଟର ବିଜୟ ଲକ୍ଷ୍ମୀ ମହାନ୍ତି, ପରିକ୍ରମା ମୁଖ୍ଯ କାର୍ଯ୍ଯନିର୍ବାହୀ ତଥା ଆବାହକ ମନୋଜ ଦାସ, ସମ୍ପାଦକ ସୁବାଷ ମଣ୍ଡଳ ଓ ସଂଯୋଜକ ରଂଜନ କୁମାର ନନ୍ଦ ପ୍ରମୁଖ ମଂଚାସୀନ ହୋଇଥିଲେ l ଏହି ଅବସରରେ ଡକ୍ଟର ବିଜୟ ଲକ୍ଷ୍ମୀ ମହାନ୍ତିଙ୍କୁ ତାଙ୍କର ବହୁ ମୂଲ୍ଯ ଉପଲବ୍ଧି ପାଇଁ ଉପଢୌକନ ଓ ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେପରେ ରାଇରଙ୍ଗପୁରର ବହୁ ଅନୁଷ୍ଠାନ, ଓକିଲସଂଘ, ଟୁସୁ ପର୍ବ କମିଟୀ, ସାଂବାଦିକ ସଂଘ, ରୋଟାରି କ୍ଲବ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ, ଛଟ ପର୍ବ କମିଟି ଓ ସେବାସ୍ତମ୍ବ ସମିତି, ମା’ କୀଚକେଶ୍ଵରୀ ମନ୍ଦିର ଓ ମହୋତ୍ସବ କମିଟି ପ୍ରମୁଖ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଥିଲା।ଏହାପରେ ଅତିଥିଗଣ ଡ. ବିଜୟଲକ୍ଷ୍ମୀ ମହାନ୍ତି ଙ୍କ ଭୂୟସୀ ପ୍ରଶଂସା କରିବା ସହ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ। ପରେ ସୁଦୂର ଭୂବନେଶ୍ବର ର ମେଲୋଡି ଗ୍ରୁପ ରିୟଲ ଟ୍ଯୁନ ଦ୍ବାରା ସାଂସ୍କୁତିକ କାର୍ଯ୍ଯକ୍ରମ ଅଧ୍ଯାପକ ବିଜୟ ରାମଙ୍କ ଦ୍ବାରା ପରିଚାଳିତ ହୋଇଥିଲା, ଏଥିରେ ସ୍ଥାନୀୟ କଳାକାର ମାନେ ମଧ୍ଯ ଅଂଶଗ୍ରହଣ କରିଥିଲେ l ଏହି ଭବ୍ଯ ସଭା ପୂର୍ବରୁ ସାରସ୍ବତ ସାଧକ ରଂଜନ କୁମାର ନନ୍ଦ ଓ ଡ. ଦିଗମ୍ବର ଗିରିଙ୍କ ସଂଯୋଜନାରେ କବିତା ଆସର ଆୟୋଜିତ ହୋଇଥିଲା l ଏଥିରେ ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ଯିକ ଶଚିକାନ୍ତ କର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପ୍ରଶାନ୍ତ କୁମାର ବାରିକ ଲଳିତ କୁମାର ମହାନ୍ତ, ନେପାଳ ଚନ୍ଦ୍ର ସାହୁ ମଂଚାସୀନ ହୋଇଥିଲେ। ଡକ୍ଟର ମିଲନ ମହାନ୍ତ, ସୁଶାନ୍ତ ପରୀକ୍ଷା, ଜଗନ୍ନାଥ ବଳ, ଗୋପାଳକୁଷ୍ଣ ମହାନ୍ତି, ବିଜୟ ରାମ, ଶ୍ଯାମଳେନ୍ଦୁ ପରିଡା, ରମେଶ୍ଵରୀ ପଟ୍ଟନାୟକ, ଉର୍ମିଳା ପାଣି, ମହାନ୍ତ ବବିତା କଇଲିୟାର, ବବିତା ମହାନ୍ତ, ମମତା ପାତ୍ର, ଜୟଶ୍ରୀ ଦାସ, ଲଲିତ ଦାସ, ରାମେଶ୍ୱରୀ ପଟ୍ଟନାୟକ,ବବିତା ରାଣୀ ମହାପାତ୍ର, ଜି. ଏସ. ରଜତ ଦଳେଇ, କୌଶିକ କାଶ୍ଯପ ମହାନ୍ତି ତଥା ମଂଚାସୀନ ଅତିଥି ମାନେ ସ୍ବରଚିତ କବିତା ପାଠ କରିଥିଲେ l ଏହି ମହାନ ସାହିତ୍ଯ, ସାଂସ୍କୁତିକ ଓ ପ୍ରତିଭାପୂଜାର ଭବ୍ଯ ସମାରୋହରେ ରାଇରଙ୍ଗପୁର ସହରର ଜ୍ଞାନୀଗୁଣୀ ଓ ବୁଦ୍ଧିଜୀବୀ ବହୁସଂଖ୍ଯାରେ ଯୋଗ ଦେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନଦୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

masiha

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସାଂସଦଙ୍କ ଦ୍ଵାରା ସଖୀ( ଓ୍ବାନ୍ ଷ୍ଟପ୍ ସେଣ୍ଟର) ଶୁଭ ଉଦଘାଟିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଟିମ୍ ଉମରକୋଟ ବ୍ଲକର ବିଭିନ୍ନ ବିହନ ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ 

masiha

Leave a Comment

error: Content is protected !!