ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

ଭବାନୀପାଟଣା(ମ ନି ସ) ତା ୨୫.୪.୨୦୨୨: ଆଜି ଅପରାହ୍ନ ୪.୦୦ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଡ଼କ ପରିବହନ ଅଧିକାରୀ ଶ୍ରୀ ରାମ ନିବାସ ସିର୍କା ଏଜେଣ୍ଡା ଅନୁଯାୟୀ ସଭା ପରିଚାଳନା କରିଥିଲେ। ଏନ୍ ଏଚ ୨୬ ଓ ଅନ୍ୟ ରାସ୍ତା ରେ ଘଟିଥିବା ଦୁର୍ଘଟଣା ସ୍ଥଳକୁ ଯୁଗ୍ମ ବୈଷୟିକ କମିଟି ପରିଦର୍ଶନ କରି ଦାଖଲ କରିଥିବା ରିପୋର୍ଟ ରେ ଆବଶ୍ୟକ ସାଇନ୍ ବୋର୍ଡ ମରାମତି, ସତର୍କତା ସାଇନ୍ ବୋର୍ଡ,ବେଗ ପରିସୀମା ବୋର୍ଡ, ସୋଲାର ବ୍ଲିଙ୍କର, ରମ୍ୱଲର, ଓଡିଆ ଲିଖିତ ସାଇନ୍ ବୋର୍ଡ,ସଡ଼କ ସୁରକ୍ଷା ସାଇନ ବୋର୍ଡ ଉପରେ ଶୀଘ୍ର ପଦକ୍ଷେପ ନେବାକୁ ଆର୍ ଡି, ଆର୍ ଏଣ୍ଡ ବି ଓ ଏନ୍ ଏଚ ନିର୍ବାହୀ ଯନ୍ତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ନିର୍ଦ୍ଦେଶ ଦେଇଥିଲେ।

ମଦ ପିଇ ଗାଡ଼ି ଚାଳନା, ଅତ୍ୟଧିକ ଗତି, ମୋବାଇଲ ବ୍ୟବହାର ପୂର୍ବକ ଗାଡ଼ି ଚାଳନା,ବିନା ହେଲମେଟ ଓ ସିଟ୍ ବେଲ୍ଟ ରେ ଗାଡି ଚାଳନା, ଅତ୍ୟଧିକ ଓଜନ ତଥା ଅଧିକ ଯାତ୍ରୀ ନେଇ ଗାଡ଼ି ଚାଳନା , ସିଗ୍ନାଲ ଜମ୍ପିଂ ଅପରାଧ କୁ ରୋକିବା ନିମନ୍ତେ ପୋଲିସ ଓ ଆର୍ ଟି ଓ ବିଭାଗ ତରଫ ରୁ ଯାଞ୍ଚ କରାଯାଉଛି। ଏହି ଅପରାଧରେ ୫୫୧ ଟି କେସ ରୁ ୬୦ ଜଣଙ୍କ ଡି ଏଲ୍ ଲାଇସେନ୍ସ ବାତିଲ କରାଯାଇଛି। କେବଳ ମାର୍ଚ୍ଚ ୨୦୨୨ ମାସରେ ଆର୍ ଟି ଓ ତରଫ ରୁ ବିନା ହେଲମେଟ ଓ ଅତ୍ୟଧିକ ବେଗ ଅପରାଧରେ ୧୭ ଜଣ ଙ୍କ ଡି ଏଲ୍ ଲାଇସେନ୍ସ ରୁଦ୍ଧ କରାଯାଇଛି।

ଏନ୍ ଏଚ ୨୬ ରେ ୯ ଟି ବ୍ଲାକ ସ୍ପଟ୍ ରେ ସମସ୍ତ ସାଇନ୍ ବୋର୍ଡ କୁ ସୁନିଶ୍ଚିତ କରିବା ତଥା ଅହରହ ପୋଲିସ ପେଟ୍ରୋଲିଂ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଲୋକଙ୍କ ମଧ୍ୟରେ ଏହି ରାସ୍ତା ଦୁର୍ଘଟଣା ରେ ଜୀବନ ହାନି, ପଙ୍ଗୁ ହୋଇଯିବା ଓ ପରିବାର ପାଇଁ ସମସ୍ୟାକୁ ସମସ୍ତେ ହୃଦୟଙ୍ଗମ୍ କରିବା ସହ ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳାଇବାକୁ ଓ ରାସ୍ତାରେ ସତର୍କତା ସହ ଚାଲିବାକୁ ଏ ସମ୍ଭଧୀୟ ବିଶେଷ କାର୍ଯକ୍ରମ କରିବାକୁ ଆର୍ ଟି ଓ ଙ୍କୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆର୍ ଡି, ଆର୍ ଏଣ୍ଡ ବି, ଏନ ଏଚ ବିଭାଗର ନିର୍ବାହୀ ଯନ୍ତ୍ରୀ,ସି ଡ଼ି ଏମ ଓ, ଇ ଓ, ପୌରପରିଷଦ,ଭବାନୀପାଟଣା/ ଧର୍ମଗଡ଼/କେସିଙ୍ଗା,ଅବକାରୀ ଅଧିକ୍ଷକ, ଡି ଆଈ ପି ଆର୍ ଓ ପ୍ରମୁଖ ଉପସ୍ଥିତ ଥିଲେ । ମ ନି ସ 

Related posts

କଲେଜରେ ଦିଆଯିବ କରୋନା ଟିକା….

Sunil Chandra Nayak

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର, ୧୦୮ରେ କଲ କଲେ ମିଳିପାରିବ ଘରୋଇ ଆମ୍ବୁଲାନ୍ସ ସେବା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏ ଜୀବନ ଗଣିତ ବହି

Sunil Chandra Nayak

Leave a Comment

error: Content is protected !!