ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁ ଲାଗି ଜଳି ଗଲା ୩ ଦୋକାନ

ନିଆଁ ଲାଗି ଜଳି ଗଲା ୩ ଦୋକାନ

ଭବାନୀପାଟଣା,୨୦।୩-କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର ନିଆଁ ଲାଗି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ନିଆଁ ଟି ପ୍ରଥମେ ଗଦି ଦୋକାନରୁ ଲାଗି ଥିବାବେଳେ ପରେ ପାଖରେ ଥିବା ପନି ପରିବା,ସୋଡ଼ା ଦୋକାନରେ ଲାଗି ଯାଇଥିଲା। ଏହାସହ ନିକଟରେ ଥିବା ଡେଲି ନିଡ୍ସ ଦୋକାନରେ ମଧ୍ୟ ନିଆଁ ଲାଗି ଯାଇଥିଲା।

ଗଦିରେ ନିଆଁ ଲାଗି ଯିବାରୁ ନିଆଁ ର ବେଗ ପ୍ରଖର ହୋଇଯାଇଥିଲା। ଖବର ପାଇ ଭବାନୀପାଟଣା ଅଗ୍ନିଶମ ଟିମ ଘଟଣା ସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ବ କରୁଛନ୍ତି। ଏହଯୋଗୁଁ ଜାତୀୟ ରାଜପଥ ରେ ଯାତାୟତ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଲିଛି। ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ବର୍ତ୍ତମାନ ବି ସ୍ପଷ୍ଟ ଜଣାପଡ଼ିନଥିବାବେଳେ ହଟାତ ନିଆଁ ଲାଗିବାରୁ ସ୍ଥାନୀୟ ଦୋକାନୀ ମଧ୍ୟ ଆହତ ହୋଇଛନ୍ତି। ସେହିପରି କେତେ କ୍ଷୟ କ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣାପଡିନାହିଁ। 

( ମ ନି ସ ) 

Related posts

Biswabandini, Police officer in Rayagada excells in performance indicators

Sunil Chandra Nayak

ସକ୍ରିୟ ହେବାରେ ଲାଗିଛନ୍ତି ବାଲି ଓ ଗୋଡ଼ି ଦଲାଲ,ବିଭାଗୀୟ ଅଧିକାରୀ ନୀରବ

masiha

ସଫଳତା ସହ ସମାପ୍ତ ହେଲା ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!