ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବରେ ଓଡିଶାର ପ୍ରତିନିଧିତ୍ଵ କଲେ ପ୍ରତାପ ଚନ୍ଦ୍ର ଦାଶ

ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବରେ ଓଡିଶାର ପ୍ରତିନିଧିତ୍ଵ କଲେ ପ୍ରତାପ ଚନ୍ଦ୍ର ଦାଶ

ଭବାନୀପାଟଣା ତା:୨୧)୩  ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ ଖେଳ ମନ୍ତ୍ରଣାଳୟ ତରଫରୁ ଅନୁମୋଦିତ ଓ ସିକିମ୍ ରାଜ୍ୟ ସରକାରଙ୍କ ସହଭାଗିତାରେ ଗ୍ୟାଙ୍ଗଟକ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି ଅଷ୍ଟମ ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବ। ଏଥିରେ ଓଡିଶାର ପ୍ରତିନିଧିତ୍ଵ କରିଥିଲେ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଭବାନୀପାଟଣାର ଏନ୍‌ଏସ୍‌ଏସ୍ କାର୍ଯ୍ୟନିର୍ବାହି ଅଧିକାରୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ। ଏହି ଚାରି ଦିବସୀୟ ଯୁବ ଉତ୍ସବରେ ଭାରତର ୨୧ ଟି ରାଜ୍ୟରୁ ୨୮୦ ଜଣ ପ୍ରତିଯୋଗୀ ଯୋଗଦାନ କରିଥିଲେ। ଏହି ଯୁବ ଉତ୍ସବରେ ସିକିମ୍‌ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଦଳ ଏବଂ ପ୍ରତାପ ଚନ୍ଦ୍ର ଦାଶଙ୍କୁ ଶୁଭେଚ୍ଛା ଜଣାଇବା ସହ ବିକଶିତ ଭାରତ ପଛରେ ଓଡିଶାର ଯୁବନେତୃତ୍ୱ ସହଭାଗିତାକୁ ପ୍ରଶଂସା କରିଛନ୍ତି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶାଳୟ ତରଫରୁ ଓଡିଶା ଏନ୍‌ଏସ୍‌ଏସ୍ ଦଳ ମନୋନୀତ ହୋଇଥିବାରୁ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ, ଯୁବ ଅଫିସର ଅଜିତ୍ ଖୁସ୍‌ୱା, ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡିଶାରୁ ପ୍ରଥମ ଥର ପାଇଁ ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବକୁ ଅଧ୍ୟାପକ ଶ୍ରୀ ଦାଶ କଳାହାଣ୍ଡିରୁ ପ୍ରତିନିଧିତ୍ୱ କରିଥିବାରୁ ଜିଲ୍ଲା ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

କଳାହାଣ୍ଡି ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ

Sunil Chandra Nayak

ଗଦବା ଗୁଡା ଟି-10 ଟୁର୍ଣ୍ଣାମେଣ୍ଟ ଉଦଯାପିତ: ନବରଙ୍ଗପୁର ଦଳ ଚମ୍ପିୟାନ

Sunil Chandra Nayak

ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!