ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୀକ୍ଷିରାମ ମେହେର ଙ୍କ କବିତା ମାୟାବିନୀ

ମାୟାବିନୀ

 

ଯେତେ ଖୋଜିଲେବି ଆଉ କି ମିଳିବ

ଅତୀତର ସ୍ମୃତି ଚିହ୍ନ,

ପର ଦେଶୀ ଚଢ଼େଇ ଆଉ କି ଫେରେ

କାହିଁ ଖୋଜେ ଏହି ମନ।

 

ଆସିଥିଲା ସିଏ ତୋ ମୋ ଜୀବନରେ 

ଅତିଥି କୁଣିଆ ହୋଇ,

ମିଠା କଥା କହି ମନକୁ ଜିଣିଲା

ସ୍ୱାର୍ଥର ପୁରଣ ପାଇଁ।

 

ବିଦେଶୀ ପ୍ରେମିକାର ଭରସା ନାହିଁ

ଛନ୍ଦ ମନ୍ଦ ତା’ର ବାଣୀ,

ବୃଥାଟାରେ ମନ ଝୁରୁଛି ତାହାକୁ

ପ୍ରେମ ତା’ର ଜାଣି ଜାଣି। 

 

ବୁଝି ଯା ମନ କାହିଁ ଦେଖୁ ସପନ

ପ୍ରେମ ଅଢେ଼ଇ ଅକ୍ଷର,

ପ୍ରକୁତ ପ୍ରେମକୁ ଆଜିର ପ୍ରେମିକା

ପାଦରେ ମାରେ ପାହାର।

 

ଜୀବନେ ଆସିଛୁ ଏକା ଏକା ତୁହି

ଚାଲିଯିବୁ ଏକା ହୋଇ,

ମଶାଣି ଭୁଇଁକୁ ପ୍ରେମିକା ଯିବନି

ଅଧା ବାଟେ ଯିବ ଭୁଲି।

 

ଅନୁତାପ କଲେ ଆଉ କି ମିଳିବ

ପ୍ରେମ ମୂର୍ଚ୍ଛନାର ଚିହ୍ନ,

ଭୁଳେଇଦେ ତୁ ସେ ମାୟାବିନୀକୁ 

ଆଉ ଖୋଜ ନାହିଁ ବର୍ଣ୍ଣ।

 

ରୀକ୍ଷିରାମ ମେହେର

ସାନପୋଡ଼ାଗୁଡା,

ଦେବସେନା ଜିଲ୍ଲା ଉପାଧ୍ୟକ୍ଷ,କଳାହାଣ୍ଡି,

Related posts

ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳିଲେ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ 

Sunil Chandra Nayak

ଲୋକାର୍ପିତ ହେଲା ଦେଶର ପ୍ରଥମ ଆଦିବାସୀ ସଂଗୀତ ଭିତ୍ତିକ ଷ୍ଟ୍ରୀମିଙ୍ଗ ଆପ୍

Sunil Chandra Nayak

ଶ୍ରୀମତୀ ମିନତୀ ମିଶ୍ର ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!