ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ସୁନୀଲ ସିଂ ଙ୍କ ଅକାଳ ବିୟୋଗ- ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି 

ବିଶିଷ୍ଟ ସମାଜସେବୀ ସୁନୀଲ ସିଂ ଙ୍କ ଅକାଳ ବିୟୋଗ- ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି 

ବିଶିଷ୍ଟ ସମାଜସେବୀ ତଥା ସେବା ଚେରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସୁନୀଲ ସିଂ ଙ୍କ ଅକାଳ ବିୟୋଗ | ଗତ ତା 21/03/25ରେ ନିଜ ଗ୍ରାମ ଝୁଲେନବରରୁ ଭୋର ସକାଳୁ ନିଜେ କାର ଚଳେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବୌଦ୍ଧ ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଗୁରୁତର ଆହତ ହୋଇଥିଲେ, ଦୁଇ ଗୋଡ଼ ଭାଙ୍ଗି ଯାଇଥିଲା ଓ ଛାତିରେ ଗଭୀର ଆଘାତ ହୋଇଥିଲା | ସେଠାରେ ଉପସ୍ଥିତ ଜନସାଧାରଣ ପ୍ରାଥମିକ ଚିକିତ୍ସା କରି ଉଚ୍ଚତ୍ତର ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କଲେଜ କୁ ସ୍ଥାନାନ୍ତର କରିଥିଲେ | ବୁର୍ଲା ମେଡିକାଲ କଲେଜ ରୁ ସ୍ଥାନାନ୍ତର କରି ପୁଣି ବରଗଡ଼ ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ,ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କଲେ | ଆଜି ତାଙ୍କର ପାର୍ଥିବ ଶରୀର ନିଜ ପୈତୃକ ଗ୍ରାମ ଝୁଲେନବର କୁ ପହଁଞ୍ଚିଥିଲା | ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣେଇବା ପାଇଁ ଗ୍ରାମରେ ହଜାର ହଜାର ଶୁଭେଛୁ, ସମାଜସେବୀ ଉପସ୍ଥିତ ରହି ସୁନୀଲ ସିଂ ଅମର ରହେ ନାରା ଦେଇ ଶୋଭାଯାତ୍ରାରେ ପୈତୃକ ଘରକୁ ନେଇଥିଲେ | ହଜାର ହଜାର ଜନସାଧାରଣ ଶେଷ ଦର୍ଶନ କରି ଶୋକାକୁଳ ପରିବାର ବର୍ଗକୁ ସମବେଦନା ଜଣେଇଥିଲେ | ସୁନୀଲ ସିଂ ଜଣେ ଅଞ୍ଚଳ ପାଇଁ ଦରଦୀ ମଣିଷ, ପରୋପକାରୀ ବ୍ୟକ୍ତି ଥିଲେ | ଅସହାୟ, ଗରିବ ମାନଙ୍କ ସାଥୀ ହୋଇ ଅସୁବିଧା ସମୟରେ ଦୁଃଖ ସମୟରେ ଠିଆ ହେଉଥିଲେ | ଶୀତ ଦିନରେ ଅସହାୟ ବୃଦ୍ଧ, ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ, ଅସହାୟ ମାନଙ୍କୁ ବସ୍ତ୍ର ବଣ୍ଟନ, ଅନେକ ଗରିବ ପରିବାର ର ଶୁଦ୍ଧିକ୍ରିୟା କରିବା,ଗରିବ ଲୋକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିବା,କରୋନା ସମୟରେ ପାଟଣାଗଡ଼, ବେଲପଡା ଡାକ୍ତରଖାନା ରେ ରୋଗୀ ଓ ରୋଗୀ ପରିଜନ ମାନଙ୍କୁ ରନ୍ଧା ଖାଦ୍ୟ, ଫଳ ବିସ୍କୁଟ, ପାଉଁରୁଟି ବଣ୍ଟନ କରିବାରେ ତାଙ୍କର ବହୁମୂଲ୍ୟ ଅବଦାନ ରହିଛି | ତାଙ୍କ ଭଳି ଜଣେ ଯୁବ ସମାଜସେବୀକୁ ହରେଇ ପଶ୍ଚିମ ଓଡ଼ିଶାର ଅପୂରଣୀୟ କ୍ଷତି ହୋଇଛି | ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ସମ୍ପୂର୍ଣ ସ୍ତବ୍ଧ ହୋଇ ଯାଇଛି |ପରେ ମାୟାବତୀ ନଦୀ କୂଳରେ ଶବ ସତ୍କାର କରିଥିଲେ | ଶବ ସତ୍କାର ସମୟରେ ନିଜ ପୁଅ ମୁଖାଗ୍ନି ଦେଇଥିଲେ | ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ | 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାଷ୍ଟ୍ରପତିଙ୍କୁ ଭେଟିଲେ ହୋ ସମାଜର ପ୍ରତିନିଧି ମଣ୍ଡଳୀ – ରାଷ୍ଟ୍ର ହିତରେ ହୋ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି

masiha

ଆକାଂକ୍ଷା ବ୍ଳକ ଡାବୁଗାଁକୁ ପରିଦର୍ଶନରେ ଆସିଲେ ଯୁଗ୍ମ ସଚିବ ପ୍ରତିରକ୍ଷା ପ୍ରଯୋଜନା ବିଭାଗ, ଭାରତ ସରକାର

Sunil Chandra Nayak

ଶୁଣ୍ଢୀକାଟେଣୀ ବାଘମୁଣ୍ଡା ରାସ୍ତା ରେ ଉନ୍ନତିକରଣ ମଂଜୁର

Sunil Chandra Nayak

Leave a Comment

error: Content is protected !!