ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ବାଟିକା ଓ ବିଦ୍ୟାଳୟ ପ୍ରବେଶ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

ଶିଶୁ ବାଟିକା ଓ ବିଦ୍ୟାଳୟ ପ୍ରବେଶ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

ଆସିକା , ୨୯/୩/୨୫ // ନୂତନ ଶିକ୍ଷାନୀତି -2020 ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷ ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ନୂତନ ଭାବେ ଆରମ୍ଭ ହେବାକୁ ଯାଉଛି। ଏଥିରେ 5 ବର୍ଷ ରୁ ଅଧିକ ବୟସର ପିଲାମାନେ ଶିଶୁ ବାଟିକା ରେ ଏବଂ 6 ବର୍ଷ ରୁ ଅଧିକ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ। ଏହାକୁ ଲୋକାଭିମୁଖୀ କରାଇବା ପାଇଁ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ସରପଞ୍ଚ ପୁନିଆ ଦାସ, ଗୋଷ୍ଠି ଶିକ୍ଷାଧିକ।ରୀ ଶ୍ରୀ ଲିଙ୍ଗରାଜ ସ୍ୱାଇଁ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜୋକ ଶ୍ରୀ ସୌରୀ ଶଙ୍କର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସିମାଞ୍ଚଳ ବେହେରା,ସମସ୍ତ ସି. ଆର. ସି. ସି , ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜେ . ସାକମ୍ବରୀ ଆଚାରୀ, ଶିକ୍ଷୟତ୍ରୀ ମିନତି ପତ୍ରୀ ଓ ଅନ୍ୟାନ୍ୟ ଶିକ୍ଷକ ମାନେ ଘରକୁ ଘର ଫୁଲ ଚନ୍ଦନ ଅର୍ପଣ ପୂର୍ବକ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର 

Sunil Chandra Nayak

ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩’ ଉଦଯାପିତ

Sunil Chandra Nayak

ଅର୍ଥ ସାଜିଲା ବାଧକ ପାଠ ପଢା ପାଇଁ

masiha

Leave a Comment

error: Content is protected !!