ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନୃତତ୍ତ୍ବ ଦିବସ ପାଳିତ

 ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନୃତତ୍ତ୍ବ ଦିବସ ପାଳିତ

     ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ନୃତତ୍ତ୍ବବିଜ୍ଞାନ ବିଭାଗରେ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ସଭାପତିତ୍ୱରେ ‘ଆନ୍ଥ୍ରୋପୋଲୋଜି ଅଫ୍ ହେଲଥ୍ ଆଣ୍ଡ ୱେଲ ବିଙ୍ଗ’ ବିଷୟରେ ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଫେସର ସୁଭୋ ରାଓ ( ବିଭାଗ ମୁଖ୍ଯ, ବାୟୋଲୋଜିକାଲ ନୃତତ୍ତ୍ବବିଜ୍ଞାନ, ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ୟୁନିଟ, କଲିକତା) ଆଲୋଚନାଚକ୍ରର ଶୁଭାରମ୍ଭ କରିଥିଲେ । ଏହି ଆଲୋଚନାଚକ୍ରରେ ସ୍ଵାସ୍ଥ୍ୟ ଓ ପୋଷଣ ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ସଂପ୍ରଦାୟର ମାରାତ୍ମକ ରୋଗ ବିଷୟରେ , ଜାତୀୟ ସର୍ଭେରେ ନୃତତ୍ତ୍ବବିଭାଗର ଭୂମିକା, ସ୍ନାତକ ଓ ସ୍ନାତକୋତ୍ତର ବିଭାଗରେ ସ୍ଵାସ୍ଥ୍ୟ ଓ ପୋଷଣ ସମ୍ବନ୍ଧରେ ବିଶେଷ ଅଧ୍ୟୟନ ପ୍ରଭୃତି ଦିଗରେ ଆଲୋଚନା ହୋଇଥିଲା । ପ୍ରଫେସର ପ୍ରସନ୍ନ କୁମାର ପାତ୍ର (ଉତ୍କଳ ବିଶ୍ୱବିଦ୍ୟାଳୟ), ପ୍ରଫେସର ଅରୁଣ କୁମାର ଆଚାର୍ଯ୍ଯ (ସମ୍ବଲପୁର ବିଶ୍ୱବିଦ୍ୟାଳୟ), ଡକ୍ଟର ବିଭୁ କଲ୍ୟାଣ ମହାନ୍ତି ( ସହଯୋଗୀ ପ୍ରଫେସର,ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ) ଡକ୍ଟର ଶିବ କୁମାର (ସହକାରୀ ପ୍ରଫେସର,ଆଦର୍ଶ ସ୍ନାତକ ମହାବିଦ୍ୟାଳୟ,, ଖରିଆର )ପ୍ରମୁଖ ଯୋଗ ଦେଇଥିଲେ । ସହଯୋଗୀ ପ୍ରଫେସର ଡକ୍ଟର ରାଜକିଶୋର ମାହାନା ଧନ୍ୟବାଦ ଅର୍ପଣ କରିଥିଲେ । ନୃତତ୍ତ୍ବବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ମଧୁଲିକା ସାହୁ ଡକ୍ଟର କୁମୁଦ ଚନ୍ଦ୍ର ନାଏକ, ଡକ୍ଟର ଧନଞ୍ଜୟ କୁମାର , ଶ୍ରୀ ଚିରଞ୍ଜିବୀ ଶବର , ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରାଡି, ଶ୍ରୀ ରତ୍ନାକର ପଲେଇ ତଥା ସମସ୍ତ ଛାତ୍ରଛାତ୍ରୀ ଓ ଗବେଷକ- ଗବେଷିକାଙ୍କ ସହଯୋଗରେ ଏହି ଆଲୋଚନାଚକ୍ର ସଫଳ ହୋଇଥିଲା । 

( ମ ନି ସ ) 

   

 

Related posts

ଅଞ୍ଚଳ ଗୁମ୍ମା ପାତ୍ର ପୁଟ ରାସ୍ତାରେ ଗର୍ତ୍ତ : କାହାରି ନିଘା ନାହିଁ 

Sunil Chandra Nayak

ଅମୃତ ଭାରତ ଯୋଜନାରେ ସାମିଲ ହେଲା ଭବାନୀପାଟଣା ରେଳ ଷ୍ଟେସନ l ଭିଡିଓ କନଫରେନସିଂ ଜରିଆରେ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

Sunil Chandra Nayak

ଧୁମଧାମରେ ପାଳିତ ହେଲା ହିନ୍ଦୁ ନବବର୍ଷ 

masiha

Leave a Comment

error: Content is protected !!