ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାକିରୀ କରାଇ ଦେବା ନାଁରେ ଠକେଇ

ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତର ଢ଼ଙ୍କସର ଗ୍ରାମର ଦୁଇ ଜଣ ଯୁବତୀଙ୍କୁ ଚାକିରୀ କରାଇ ଦେବା ନାମରେ ଠକେଇ ଥାନାର ଦ୍ୱାରସ୍ଥ । ଖଡ଼ିଆଳ ଥାନାରେ ଏନେଇ ଗତ ତାରିଖ ୦୮.୦୩.୨୨ ରେ ଜୟନ୍ତୀ ତାଣ୍ଡି ପିତା ଭୁଜବଲ ତାଣ୍ଡି ଗ୍ରାମ ଢ଼ଙ୍କସର ଙ୍କ ଅଭିଯୋଗ ଅନୁଯାଇ ବୋଡେ଼ନ ଥାନା କରଙ୍ଗାମାଲ ଗ୍ରାମର ବେଣୁଧର ଜଗତ ନିଜକୁ ଜଣେ ନେତା ଓ ଗଣମାଧ୍ୟମ ପ୍ରତିନିଧି କହି ବିଗତ ଡେଢ଼ ବର୍ଷ ତଳେ ଅଭିଯୋଗ କାରି ଜୟନ୍ତୀ ତାଣ୍ଡି ଓ ନିଲମ ତାଣ୍ଡି ପିତା ବିନାୟକ ତାଣ୍ଡିଙ୍କ ଢଙ୍କସର ଗ୍ରାମକୁ ଆସି ସେମାନଙ୍କ ପରିବାର ଲୋକେଙ୍କ ସହିତ କଥା ହୋଇ ବିଶ୍ୱାସ ଜନ୍ମାଇ ଟୁରିଜିୟମ ବିଭାଗ ନୂଆପଡ଼ାରେ ଚାକିରୀ କରାଇ ଦେବା ନାମରେ ଦୁଇ ଜଣଙ୍କ ଠାରୁ ଚାଳିଶ ହଜାର ଟଙ୍କା ଲେଖାଏଁ ମୋଟ ଅଶି ହଜାର ଟଙ୍କା, ମାଟ୍ରିକ ଓ +୨ ସାର୍ଟିଫିକେଟ ନେଇଥିଲେ । ହେଲେ ବେଣୁଧର ଜଗତ ଚାକିରୀ ହୋଇ ଯିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଆସୁଥିଲେ କିନ୍ତୁ ଆଜକୁ ଡେଢ଼ ବର୍ଷ ବିତିଗଲା ହେଲେ ଚାକିରୀ ହେଲା ନାହିଁ ଓ ଫୋନ କଲେ ମଧ୍ୟ ଫୋନ ଉଠାଇଲେ ନାହିଁ । ଫଳରେ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ କେଶ ନ ୯୦/୨୨ ରେ ମାମଲା ରୁଜୁ କରି ଖଡ଼ିଆଳ ପୁଲିସ ଏସ ଆଇ ଦୁର୍ଗା ପ୍ରସାଦ ସାହୁ ଅନେକ ଥର କରଙ୍ଗାମାଲ ଗ୍ରାମକୁ ତଥା ପଡୋଶୀ ରାଜ୍ୟ ମାନଙ୍କୁ ଯାଇ ଖୋଜା ଖାଜି କରିଥିଲେ କିନ୍ତୁ ବେଣୁଧର ଜଗତ ଫେରାର ମାରିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଏନେଇ ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନାଙ୍କୁ ପଚାରିବାରୁ ବିଗତ ଢେଡ ବର୍ଷ ତଳେ ବେଣୁଧର ଜଗତ ଝିଅ ମାନଙ୍କ ଠାରୁ ଚାକିରୀ କରାଇ ଦେବା ନାମରେ ଠକେଇ କରିଛନ୍ତି ଓ ବର୍ତ୍ତମାନ ସେ ଫେରାର ଅଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତିନି ରୁ ଚାରି ଜଣ ଠକେଇର ଶିକାର ହେଇ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଏହାର ସଂଖ୍ୟା ତିରିଶ ରୁ ଅଧିକ ଯୁବକ ଯୁବତୀ ଠକାମୀର ଶିକାର ହୋଇଥିବା ଅଭିଯୋଗ ହେଉଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ୟୁଏସ୍ଆଇ ସଂଗଠନ ପକ୍ଷରୁ ଚାରାରୋପଣ ସହ କାନଖା ଚାଷୀଙ୍କୁ ସମ୍ବର୍ଦ୍ଧିତ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ହୃଷୀକେଶ ଜାଲି , ମୁନିଗୁଡ଼ା, ରାୟଗଡ଼ା ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଶୁଖିଲା ପଡିଛି କୁରୁଲୁମୁଡ଼ା ଜଳ ପ୍ରକଳ୍ପ , ଆନୁସାଙ୍ଗିକ ବିକାଶ ପାଇଁ ଦାବି

Leave a Comment

error: Content is protected !!