ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡିଓ ଙ୍କୁ ଓଡିଶା ଜୀବିକା ମିଶନ ଇସି ସଂଘର ଦାବିପତ୍ର

ବିଡିଓ ଙ୍କୁ ଓଡିଶା ଜୀବିକା ମିଶନ ଇସି ସଂଘର ଦାବିପତ୍ର

ଭବାନୀପାଟଣା // ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ଜୀବିକା ମିଶନ ଇସି ସଂଘ ଭବାନୀପାଟଣା ବ୍ଳକ ପକ୍ଷରୁ ବିଡିଓ ଓ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି। ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ୨୭ /୩ /୨୦୨୫ ତାରିଖରେ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଏପ୍ରିଲ ମାସ ୧ ତାରିଖରୁ ଜୀବିକା ମିଶନ ମହିଳାମାନଙ୍କୁ ଉଚ୍ଛେଦ କରି ଏହି ଯୋଜନାର ପୁନଃ ଗଠନ କରିବାକୁ। ମାତ୍ର ଏହି ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। କାରଣ ଇସି ମାନେ ସ୍କୁଟର ଯୋଜନାରେ ଋଣ ନେଇଛନ୍ତି। ପୂର୍ବ ପରି ଇସିମାନଙ୍କୁ ଆଉ ତିନି ବର୍ଷ କାର୍ଯ୍ୟରେ ନିୟୋଜିତ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ଏହି ଦାବିପତ୍ର ବିଡିଓଙ୍କୁ ପ୍ରଦାନବେଳେ ଭବାନୀପାଟଣା ବ୍ଳକ ଜୀବିକା ମିଶନ ଇସି ସଂଘ ସଭାନେତ୍ରୀ. ନଳିନୀ ମଞ୍ଜରି ବାଗ ଙ୍କ ସହିତ ପୁଷ୍ପାଞ୍ଜଳି ସା, ସୁବିଧା ଜାଲ, ପଙ୍କଜିନି ରଣା, ଜ୍ୟୋସ୍ନା ନାଏକ, ସନ୍ତୋଷିନି ସାହୁ, ଜୟନ୍ତୀ ମାଝୀ, ବିମଳା ଟକରିଆ, ଉମା ମାଝୀ, ଙ୍କ ସମେତ ସମସ୍ତ ସଭ୍ୟାମାନେ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ସବୁଜ ଭାରତ ଗଠନ ପାଇଁ ଦେଶ ସେବା ଫାଉଣ୍ଡେସନ ପରିବାର କରିଲେ ଚାରା ବୃକ୍ଷ ବଣ୍ଟନ 

masiha

ରୋଟ୍ରାକ୍ଟ କ୍ଲବ୍ ସମୁହର ମିଳିତ ଆନୁକୂଲ୍ୟରେ ଆର.ଜି.ଏଚ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ପିଏମ ଜନମନ ପରିଯୋଜନାରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!