ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା କାମନା ମୋ କୃଷ୍ଣ ହେଉ

କାମନା ମୋ କୃଷ୍ଣ ହେଉ

 

କାମନା ମୋ କୃଷ୍ଣ ହେଉ ସ୍ୱପ୍ନ

   ନୋହୁ ଲଳିତା ଚିଟାଉ

ରାଧିକା ମୋ ରଙ୍ଗ ତୂଳୀ ହେଉ

   ବୃନ୍ଦାବନ ଗୋପ ହେଉ।

ଚଇତ୍ର ଚୋରା ମଳୟ ଚୁମୁ 

    ଥାଉ ଚନ୍ଦନ ବନକୁ

ପ୍ରଣୟ ବଂଶୀ ମୂର୍ଚ୍ଛନା ଟାଣି     

    ଆଣୁ ଗୋପ ଅଙ୍ଗନାଙ୍କୁ

ତମର ଭାବ ବିଚ୍ଛେଦ ଭିଜି

     ଯାଉ ଆଖିର ଲୁହରେ

ଫୁଲ ସବୁ ଶର ହେଉ ବିର

  ହର ବୟସ ବର୍ଷାରେ ।

ସ୍ଵାତୀ ନକ୍ଷତ୍ରର ସଂଜ ସରି

   ଯାଉ ଆର୍ଦ୍ରାର ରାତ୍ରୀରେ

ମନାସନ୍ତି ମନହଂସୀ ମଧୁ

ଶାଳା ମାନ ସରୋବରେ ।

କାମନା କଦମ୍ବ ଫୁଲ ଫୁଟୁ 

   ଥାଉ ପହିଲି ଦେଖାରେ

ଜୁଇ ଜଳୁ ଦେହ ଜଳୁ ଯୌବନ 

   ବି ଜନ୍ମ ଜନ୍ମାନ୍ତରେ ।

 

କାଙ୍ଗାଳୀ ଚରଣ ସେଠୀ
   ଯାଜପୁର

Related posts

ରାଇରଙ୍ଗପୁରରେ ବାମନଘାଟୀ ପ୍ରେସ କ୍ଲବ ଗଠିତ

Sunil Chandra Nayak

ଗୈାନ୍ତିଆପଡା ପୂଜା କମିଟିରେ ଶିଶୁଙ୍କ ପ୍ରତିଯୋଗୀତା

Sunil Chandra Nayak

କଙ୍ଗାଳୀ ଚରଣ ସେଠୀ ଙ୍କ କବିତା କାବ୍ୟ ନାୟିକା ମୋ କାନ୍ଦେ

Sunil Chandra Nayak

Leave a Comment

error: Content is protected !!