ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ରା ଦେବୀ ଶିଶୁଭବନର ୩୮ତମ ବାର୍ଷିକ ଉତ୍ସବ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ

ପବିତ୍ରା ଦେବୀ ଶିଶୁଭବନର ୩୮ତମ ବାର୍ଷିକ ଉତ୍ସବ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ

ଔପଦା,୧୨/୪/୨୫- ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଅଧିନସ୍ଥ ଅଘିରାପଦା ପଂଚାୟତରେ ଥିବା ଚିଞ୍ଚିଡ଼ା ପାବିତ୍ରାଦେବି ଶିଶୁଭବନରେ ନବନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହର ଲୋକାର୍ପଣ ହେବାସହ ଅନୁଷ୍ଠାନର ୩୮ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଛି । ନିଳଗିରି ବିଧାୟକ ସନ୍ତୋଶ କୁମାର ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିଥଲେ । ପରେ ପରେ ଅନୁଷ୍ଠାନର ସଭାପତି ନିତ୍ୟାନନ୍ଦ ମୁଦୁଲିଙ୍କ ସଭାପତିତ୍ବରେ ଆୟୋଜିତ ଏକ ସଭାରେ ବିଧାୟକ ସନ୍ତୋଷ କୁମାର ଖଟୁଆ ଯୋଗଦେଇ ଖୁବ୍ ଶୀଘ୍ର ଏକ ଛାତ୍ରୀ ନିବାସ ଓ ଏକ ସୁନ୍ଦର ତୋରଣ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବି ସି ବିପିସା ପାତ୍ର, ଜିଲ୍ଲାପରିଷଦ ସଭ୍ୟା ମୁନିସିଂ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁଶିରାମ ଗହିରି, ସରପଂଚ ଅନୁପମା ବିଶ୍ଵାଳ, ପୁରୁବାଈ କନ୍ୟାଶ୍ରମର ସଭାପତି ସୁମତି ଦାସଯୋଗଦେଇ ବକ୍ତବ୍ୟ ରଖିଥିଲେ ।ସମ୍ପାଦକ ରାମଚନ୍ଦ୍ର ନାୟକ ସଂପାଦକୀୟ ବୀବରଣୀ ପାଠକରିଥିଲେ । ଅତିଥି ମାନଂକ ପରିଚୟ ପ୍ରଦାନ ସହ ଧନ୍ୟବାଦ୍ ଅର୍ପଣ କରିଥଲେ ମଦନ ମୋହନ ନାୟକ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗ୍ରାମବାସୀଙ୍କ ଜିଦ ଆଗରେ ମୁଣ୍ଡ ନୁଆଇଁଲା ପ୍ରଶାସନ

masiha

୧- ବିଦ୍ୟାଳୟ ଯାଉ ନାହାଁନ୍ତି ବାବୁସାହିର ପିଲା ; ଗ୍ରାମବାସୀଙ୍କ ଅଭିଯୋଗ ,୨- ଖାଦ୍ୟ ସୁରକ୍ଷାରୁ ବାଦ ପଡ଼ିଛନ୍ତି ଗରିବ ପରିବାରର ଛାତ୍ର ଛାତ୍ରୀ 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୪ ପାଳିତ 

masiha

Leave a Comment

error: Content is protected !!